News7 Logo

FM କଲେଜ ଛାତ୍ରୀ ମୃତ୍ୟୁ ମାମଲା : ୩୪୯ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

NEWS7
FM

ବାଲେଶ୍ବର ୯୯: ବାଲେଶ୍ବର ଏଫ୍ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ । ବାଲେଶ୍ବର ଏସ୍‌ଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଏଚଓଡି ସମୀର ସାହୁ ଓ ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି । ଉଭୟଙ୍କର ଜାମିନ ଜିଲ୍ଲା ଦୌରାଜଜ କୋର୍ଟରେ ଖାରଜ ହୋଇଥିବା ବେଳେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରାଯାଇଛି । ଘଟଣାରେ ୧୨୦ଜଣ ସାକ୍ଷୀଙ୍କ ବୟାନ ସହ  ୩୪୯ ପୃଷ୍ଠା  ସମ୍ବଳିତ  ଚାର୍ଜସିଟ୍  ଦାଖଲ  କରାଯାଇଛି ।