LIVE TV

ଏମିତି କ’ଣ ଭୁଲ୍ କରିଥିଲେ ଯେ, କାନ୍ଦି କାନ୍ଦି ତଳେ ଗଡ଼ି କ୍ଷମା ମାଗିଲେ ନୂଆପଡ଼ାର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ

NEWS7
Ghasiram Majhi

ନୂଆପଡ଼ା ୧୨୧୦: ଘାସିରାମଙ୍କ ଆଖିଲେ ଲୁହ । କାନ୍ଦି କାନ୍ଦି ତଳେ ଗଡ଼ିଗଲେ । ଆଉ ତଳେ ଗଡ଼ି ଗଡ଼ି କ୍ଷମା ବି ମାଗିଲେ । ହେଲେ କାହିଁକି ଏମିତି କଲେ ନୂଆପଡା ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । କ’ଣ ଭୁଲ୍ ପାଇଁ ଏମିତି କଲେ । କେଉଁ ଭୁଲ୍‌ର ପ୍ରାୟଶ୍ଚିତ କଲେ ଘାସିରାମ ।

ସୂଚନାଯୋଗ୍ୟ ଯେ, ୨୦୧୪ ନିର୍ବାଚନରେ ଘାସିରାମ ମାଝୀଙ୍କୁ କଂଗ୍ରେସ ଟିକେଟ୍ ଦେଲାନାହିଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ସହ ଆଦିବାସୀଙ୍କୁ ସହର ନେଇଥିଲେ । ଅର୍ଥ ଦାନ, ଶ୍ରମ ଦାନ ଭଳି ସମସ୍ତ ସହଯୋଗ ମଧ୍ୟ କଲେ । ନିର୍ବାଚନରେ ହାରିଥିଲେ କିନ୍ତୁ ଦ୍ବିତୀୟ ସ୍ଥାନରେ ରହିଥିଲେ । ଏଥର କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆଦିବାସୀ ସମାଜକୁ ଜଣାଇ ନଥିଲେ ଘାସିରାମ ଯେଉଁଥି ପାଇଁ ଘାସିରାମ କ୍ଷମା ପ୍ରାର୍ଥନା କରିଥିଲେ । ସମସ୍ତେ ତାଙ୍କୁ କ୍ଷମା କରିବା ସହ ସହଯୋଗର ହାତ ବଢ଼ାଇ ବିଜୟୀ କରିବା ପାଇଁ ସଂକଳ୍ପ ନେଇଛନ୍ତି ।

ସ୍ଥାନୀୟ ଘାଟିପଡ଼ା ଠାରେ ଗୋଣ୍ଡୱାନା ସମାଜ ହଜାର ହଜାର ସଂଖ୍ୟାରେ ଲୋକ ବୈଠକ କରି ଘାସିରାମଙ୍କୁ ସେହି ବୈଠକରେ ସାମିଲ କରିଛନ୍ତି । ଯେଉଁଥିରେ ପଡୋଶୀ ଛତିଶଗଡ ଓ ବରଗଡ଼, ବଲାଙ୍ଗି, କଳାହାଣ୍ଡିର ଅନେକ ସାମାଜିକ କର୍ମୀ ସାମିଲ ହୋଇଥିଲେ । ନୂଆପଡ଼ା ସହିତ ଆମର ରୋଟୀ ବେଟିର ସମ୍ପର୍କ ଅଛି ଯେଉଁଥି ପାଇଁ ଆମେ ଘାସିରାମଙ୍କୁ ସମର୍ଥନ କରିବା ପାଇଁ ଆସିଛୁ । ଏଥର ନିଶ୍ଚୟ ବିଜୟ ହେବ ବୋଲି ଘାସିରାମ କହିଛନ୍ତି

​​​​​​​