ନୂଆପଡ଼ା ୧୮।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ ଏବଂ କଂଗ୍ରେସର ଅନେକ ତୁଙ୍ଗ ନେତାଙ୍କ ସହ ତେଲିପଡ଼ା ରାମନଗର ସ୍ଥିତ ନିଜ ବାସଭବନରୁ ବିଶାଳ ରାଲିରେ ନାମାଙ୍କନ ଭଳିବାକୁ ବାହାରିଥିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଘାସିରାମଙ୍କ ରାଲିରେ ସାମିଲ ହୋଇଥିଲେ ହଜାର ହଜାର କଂଗ୍ରେସ କର୍ମୀ ଓ ସମର୍ଥକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିବା ପରେ ଘାସିରାମ ମାଝୀ କହିଛନ୍ତି ଯେ, ନୂଆପଡ଼ାବାସୀ ବାହାର ଲୋକଙ୍କୁ ନୁହେଁ ମାଟିର ପୁଅକୁ ସମର୍ଥନ କରିବେ ଏହି ଉପନିର୍ବାଚନରେ କଂଗ୍ରେସ ନିଶ୍ଚିତ ଜିତିବ ବୋଲି ଦମ୍ଭୋକ୍ତି କରିଥିଲେ ଘାସିରାମ ମାଝୀ

ସେପଟେ ବଡ଼ ରାଲିରେ ଆସି ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଯେତେବେଳେ ନାମାଙ୍କନ ଦାଖଲ କରିବାକୁ ଘରୁ ବାହାରିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଘର ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ମାଆ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ଆଶୀର୍ବାଦ ନେଇଥିଲେ ଏଥି ସହ ଶୁଭ କାର୍ଯ୍ୟରେ ପୁଅ ବାହାରୁ ଥିବାରୁ ଜୟଙ୍କୁ ମିଠା ଦହି ଓ ମିଠା ଖୁଆଇଥିଲେ ପରିବାର ସଦସ୍ୟ ଖରିଆର ରୋଡ୍‌ ଠାରୁ ନୂଆପଡ଼ା ପର୍ଯ୍ୟନ୍ତ ହଜାର ହଜାର ସମର୍ଥକଙ୍କ ବାଇକ୍‌ ରାଲିରେ ଆସିଥିଲେ ଜୟ ଢୋଲକିଆ ଘରୁ ବାହାରିବା ଠାରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବା ପର୍ଯ୍ୟନ୍ତ ଜୟ ଢୋଲକିଆଙ୍କ ପାଖେ ପାଖେ ଉଭୟ ବସନ୍ତ ପଣ୍ଡା ଓ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ଦେଖିବାକୁ ମିଳିଥିଲା କେତେବେଳେ ଜୟଙ୍କୁ ଅଭିନନ୍ଦନ ବାଟ କଡ଼ାଇ ନେଉଥିଲେ ତ ଆଉ କେତେବେଳେ ଆଗକୁ ଆସୁଥିଲେ ବସନ୍ତ ପଣ୍ଡା ରାଜ୍ୟ ବିଜେପି ସଭାପତି, ପୂର୍ବତନ ସାଂସଦ ବସନ୍ତପଣ୍ଡା, ମନ୍ତ୍ରୀ ରବି ନାରାୟଣ ନାୟକ, ମୁକେଶ ମହାଲିଙ୍ଗ, ଗଣେଶ ରାମସିଂ ଖୁଣ୍ଟିଆଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଜୟଙ୍କ ପାଇଁ ପ୍ରସ୍ତାବକ ସାଜିଥିଲେ ପୂର୍ବତନ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ କୋମନା ବ୍ଲକର ବିଜେପି ନେତା ସୋମନାଥ ଖମାରୀ ନାମାଙ୍କନ ଦାଖଲ ପରେ କେନ୍ଦ୍ର ଓ ରାଜ୍ୟ ନେତୃତ୍ବଙ୍କୁ ଧନ୍ୟବାଦ ଜଣାଇଥିଲେ ଜୟ ଢୋଲକିଆ   କହିଥିଲେ, ନୂଆପଡ଼ାରେ ବିକାଶର ଧାରାକୁ ଆଗକୁ ବଢ଼ାଇବାକୁ ବିଜେପି ସଂକଳ୍ପ ନେଇଛି ତେଣୁ ଏହି ଉପନିର୍ବାଚନରେ ଦଳ ନିଶ୍ଚିତ ଜିତିବ