LIVE TV

ମହିଳା କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା : ଜେସିବି ଡ୍ରାଇଭର ଓ ମାଲିକଙ୍କୁ କମିଶନରେଟ୍ ପୋଲିସର ପଚରାଉଚରା

NEWS7
subhamitra case

ଘଟଗାଁ ୨୦।୯: ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ମାମଲାର ଖୋଳତାଡ଼ । କେନ୍ଦୁଝରର ଘଟଗାଁରେ କମିଶନରେଟ୍ ପୋଲିସର ତଦନ୍ତ । ଶବ ପୋତିବା ପାଇଁ ବ୍ୟବହୃତ ଜେସିବି ଗାଡ଼ିର ଡ୍ରାଇଭର ଓ ମାଲିକଙ୍କୁ ଜେରା କରିଛି କମିଶନରେଟ୍ ପୋଲିସ । ଜେସିବି ମାଲିକ ହେଲେ ଘଟଗାଁର ସରୋଜିନୀ ଏଣ୍ଟରପ୍ରାଇଜେସ୍ ମାଲିକ ଜୀତେନ୍ଦ୍ର କୁମାର ସା’ ଓ ଡ୍ରାଇଭର ବୃନ୍ଦାବନ ମହାନ୍ତ । ଉଭୟଙ୍କୁ ଜେରା କରୁଛି କମିଶନରେଟ୍ ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ, ମହିଳା ଟ୍ରାଫିକ୍‌ କନଷ୍ଟେବଲ ଶୁଭମିତ୍ରା ମର୍ଡର କେସର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଛି ଅଡ଼ୁଆ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ରାଉତଙ୍କ ମୃତ୍ୟୁ ଘଟଣା ଓ ଦ୍ବିତୀୟ ପତ୍ନୀ ଶୁଭମିତ୍ରାଙ୍କ ମର୍ଡର କେସ୍‌କୁ ରେଡ୍‌ ଫ୍ଲାଗ ଅନ୍ତର୍ଭୁକ୍ତ କରିସାରିଛି ପୋଲିସ । କ୍ରାଇମବ୍ରାଞ୍ଚ ଡିଜିଙ୍କ ତତ୍ତ୍ବାବଧାନରେ ଦୁଇଟି ଘଟଣାର ହେବ ତଦନ୍ତ । ସେପଟେ ଶୁକ୍ରବାର ଖୁଣ୍ଟୁଣୀ ଥାନା ଅଧିକାରୀଙ୍କୁ ଭେଟି ୨୦୨୨ ମସିହାର କେସକୁ ରି-ଓପନ କରିବା ସହ ତାଙ୍କ ଭଉଣୀ ଅପର୍ଣ୍ଣା ରାଉତଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଅପିଲ୍‌ କରିଛନ୍ତି ।