ନୂଆଦିଲ୍ଲୀ: ଚିତ୍ତୁର ମେୟର ହତ୍ୟାକାଣ୍ଡ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ଆନ୍ଧ୍ର କୋର୍ଟ। ମେୟର କଟାରି ଅନୁରାଧା ଏବଂ ତାଙ୍କ ସ୍ୱାମୀ କଟାରି ମୋହନଙ୍କୁ ନଗର ନିଗମ କାର୍ଯ୍ୟାଳୟ ଭିତରେ ହତ୍ୟା କରିବା ମାମଲାରେ ପାଞ୍ଚ ଜଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଅପରାଧରେ ସେମାନଙ୍କର ଭୂମିକା ପାଇଁ କୋର୍ଟ ଚନ୍ଦ୍ରଶେଖର, ଜିଏସ୍ ଭେଙ୍କଟଚଲାପଥୀ, ଜୟପ୍ରକାଶ ରେଡ୍ଡୀ, ମଞ୍ଜୁନାଥ ଏବଂ ଭେଙ୍କଟେଶଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।

୧୭ ନଭେମ୍ବର ୨୦୧୫ରେ ଆକ୍ରମଣକାରୀମାନେ ବୁର୍ଖା ପିନ୍ଧି ଚିତ୍ତୁର ନଗର ନିଗମ କାର୍ଯ୍ୟାଳୟରେ ପ୍ରବେଶ କରି ଅନୁରାଧାଙ୍କ ଚାମ୍ବର ଭିତରେ ଗୁଳି ଚଳାଇଥିଲେ। ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ  ମୋହନ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ। ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରଶେଖର ଅନୁରାଧାଙ୍କ ଭଣଜା ଥିଲେ  ପୋଲିସ କହିଛି ଯେ ପରିବାର ଭିତରେ ସମ୍ପତ୍ତି ଏବଂ ରାଜନୈତିକ ବିବାଦରୁ ଏହା ଘଟିଥିଲା।

ମାମଲାରେ ୨୩ ଜଣଙ୍କ ନାମ ଥିଲା। ପାଞ୍ଚ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁଦଣ୍ଡ ଦେଇଛନ୍ତି କୋର୍ଟ ରାୟ ପୂର୍ବରୁ ଚିତ୍ତୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଥିଲା। ପୋଲିସ ସାଧାରଣ ସମାବେଶ ଏବଂ ରାଲିକୁ ନିଷିଦ୍ଧ କରିଥିଲା। ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖାଯିବ ଚିତ୍ତୁର ସବ-ଡିଭିଜନ ଡିଏସପି ଟି. ସାଇନାଥ କହିଛନ୍ତି, ମାମଲା ସହିତ ଜଡିତ ପ୍ରମୁଖ ବ୍ୟକ୍ତିଙ୍କ ବାସଭବନ ପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।