LIVE TV

ଉଭୟ ପଡ଼ିଆରେ ହେବ ବାଲିଯାତ୍ରା: କଟକରେ ପୂଜା ମଣ୍ଡପ ବୁଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

NEWS7
Chief Minister's reaction on Balijatra after visiting the puja mandap in Cuttack

କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କଟକର ବିଭିନ୍ନ ପୂଜା ମଣ୍ଡପରେ ପହଞ୍ଚି ମା’ ଦୁର୍ଗାଙ୍କ ଦର୍ଶନ କରିଛନ୍ତି । ଲଗାଣ ବର୍ଷା ସତ୍ତ୍ବେ ମୁଖ୍ୟମନ୍ତ୍ରୀ କଟକର ପ୍ରାୟ ୩୦ ମଣ୍ଡପ ବୁଲିଛନ୍ତି ଏବଂ ସେଠାରେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକ ଓ ବରିଷ୍ଠ ବିଜେପି ନେତାମାନେ ମଧ୍ୟ ସାମିଲ ହୋଇଥିଲେ । ବିଭିନ୍ନ ସ୍ଥାନରେ ମା’ଙ୍କ ଦର୍ଶନ ସହ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ‘‘କଟକ ଦୁର୍ଗା ପୂଜାରେ ମା’ଙ୍କ ଆଶୀର୍ବାଦ ଲାଭ କରିଛି। ମୁଁ ଅତ୍ୟନ୍ତ ଆନନ୍ଦିତ। ଓଡ଼ିଶାର ଲୋକ ଓ କଟକବାସୀ କିଭଳି ସୁଖ ଶାନ୍ତିରେ ରହିବେ କାମନା କରିଛି । ଭାଇଚାରାର ସହର କଟକ । ଦଶହରା ଖାଲି ପରବ ନୁହେଁ ଏହା ଏକ ସଂସ୍କୃତି ଓ ଏକତାର ପରବ। ସୁନା ଚାନ୍ଦି ମେଢ଼ ମୋତେ ବହୁତ୍ ଭଲ ଲାଗିଛି । କଟକ ସବୁବେଳେ ସଜେଇ ହୋଇ ରହିଥାଉ ।’’ ନୂଆ ଓଡ଼ିଶା ଓ ଗଠନରେ କଟକର ଭୂମିକା ରହିବ ମୁଖ୍ୟମନ୍ତ୍ରୀ।

ସେହିଭଳି ବାଲିଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ‘‘କଟକର ବାଲିଯାତ୍ରା ଐତିହାସିକ । ଯେଉଁ ଭଳି ବାଲିଯାତ୍ରା ହୁଏ ସେଭଳି କରାଯିବ । ଉଭୟ ପଡ଼ିଆରେ ବାଲିଯାତ୍ରା ହବ । ଯେଉଁଠି ଐତିହ୍ୟ କଥା ଅଛି, ସେ ସ୍ୱତନ୍ତ୍ରତାକୁ ନେଇ ବାଲିଯାତ୍ରା ହେବ। ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇ ବାଲିଯାତ୍ରା କରାଯିବ।’’ ​​​​​​​