ଖୋର୍ଦ୍ଧା ୫।୧୧: ପୁଣି ତେଜିଲା ସୀମା ବିବାଦ । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା କୋଟପଲା ଏବଂ ଓସ୍ତପୁର ଗ୍ରାମ ମଧ୍ୟରେ ପୁଣି ଥରେ ସୀମା ବିବାଦ ଦେଖାଦେଇଛି । ଏହାକୁ ନେଇ ଓସ୍ତପୁର ବଜାରରେ ଦୋକାନ ଭଙ୍ଗାରୁଜା ସହ ପଥରମାଡ଼ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା କୋଟପଲା ଏବଂ ଓସ୍ତପୁର ଗ୍ରାମରେ ପୁଣି ତେଜିଲା ସୀମା ବିବାଦ । ଦୁଇ ଗ୍ରାମ ମଧ୍ୟରେ ପୁଣି ଥରେ ସୀମା ବିବାଦ ଦେଖିବାକୁ ମିଳିଛି । ଦୁଇ ଗ୍ରାମ ମଧ୍ୟରେ ବିବାଦ ଫଳରେ ଉତ୍ତେଜନା ଲାଗି ରହିଛି । ଫଳରେ ଓସ୍ତପୁର ବଜାରରେ ଉତ୍ତ୍ୟକ୍ତ ଲୋକ ଦୋକାନ ଭଙ୍ଗାରୁଜା କରିବା ସହ ପଥରମାଡ଼ କରିଛନ୍ତି । ଉଭୟ ଗ୍ରାମ ଲୋକଙ୍କ ମଧ୍ୟରେ ଉତ୍ତେଜନା ଜାରି ରହିଛି

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛି ଏହାକୁ ନେଇ କିଛି ଲୋକ ରାସ୍ତାରୋକ କରିଥିବା ମଧ୍ୟ ଦେଖିବାକୁ ମିଳିଛି ଉଲ୍ଲେଖଯୋଗ୍ୟ କି, ପୂର୍ବରୁ ବିବାଦ କାରଣରୁ ୧୬୩ ଧାରା ଲଗାଯାଇଥିଲା । ଯାହା କିଛି ଦିନ ତଳେ ଉଠିଥିଲା