LIVE TV

ଦଳାଚକଟା ଘଟଣା ପରେ ବିଜୟଙ୍କ ଘରକୁ ବୋମା ଧମକ, ପୋଲିସ୍‌ର ତଦନ୍ତ ଜାରି

NEWS7
Vijay's

ନୂଆଦିଲ୍ଲୀ ୨୯।୦୯; କରୁର ଦଳାଚକଟା ଘଟଣା ପରେ ବିଜୟଙ୍କ ବାସଭବନରେ ବୋମା ରଖାଯାଇଥିବା ଖବର ପ୍ରଚାରିତ ହୋଇଥିଲା । ଜଣେ ଅଜଣା ବ୍ୟକ୍ତି ପୋଲିସକୁ ଫୋନ୍ କରି ବିଜୟଙ୍କ ଘରକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଯାହା ପରେ ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏଭଳି ବୋମା ଧମକ ମିଳିବା ପରେ ହଇଚଇ ସୃଷ୍ଟି ହୋଇଯାଇଥିଲା

ସକାଳ ପ୍ରାୟ ୫ଟା ୨୦ ସମୟରେ ଚେନ୍ନାଇ ପୋଲିସ୍ କଣ୍ଟ୍ରୋଲ ରୁମକୁ ଏହି କଲ୍ କରାଯାଇଥିଲା। ଯେଉଁଥିରେ ଜଣେ ଅଜଣା ବ୍ୟକ୍ତି ଦାବି କରିଥିଲେ ଯେ ବିଜୟଙ୍କ ବାସଭବନରେ ବୋମା ରଖାଯାଇଛି । ପୋଲିସ୍‌ ଏହି ଖବର ପାଇବା ମାତ୍ରେ ବୋମା ସ୍କ୍ଵାଡ ଓ ଏକ ସ୍ନିଫର କୁକୁର ୟୁନିଟ୍ ସହିତ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ । ଯାହା ପରେ ସମଗ୍ର ଘର ଏବଂ ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ଯାଞ୍ଚ କରାଯାଇଥିଲା । ପ୍ରାୟ ଏକ ଘଣ୍ଟାର ତଦନ୍ତ ପରେ, ପୋଲିସ୍ ନିଶ୍ଚିତ କରିଥିଲା ​​ଯେ ତାଙ୍କ ବାସଭବନରେ କୌଣସି ବିସ୍ଫୋରକ ସାମଗ୍ରୀ ନାହିଁ।

କହିବାକୁ ଗଲେ ବୋମା ଧମକ ମିଥ୍ୟା ହୋଇଥାଇପାରେ, କିନ୍ତୁ ପୋଲିସ୍ ଏବଂ ସୁରକ୍ଷା ବାହିନୀ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ନୀଳାଙ୍କରାଇ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, କଲର୍‌ଙ୍କୁ ଚିହ୍ନଟ କରାଯାଉଛି ଏବଂ ଏକ କଲ୍ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଅଧିକାରୀମାନେ କହିଛନ୍ତି ଯେ, ଏପରି ପ୍ରାଙ୍କ୍ କଲ୍ ସମାଜରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରେ ଏବଂ ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନା ଅନୁଯାୟୀ, ଏ ଖବର ଜଣାପଡ଼ିବା ସମୟରେ ବିଜୟ ତାଙ୍କ ଘରେ ନଥିଲେ । କିନ୍ତୁ, ତାଙ୍କ ପରିବାର ଏବଂ କର୍ମଚାରୀମାନେ ସେଠାରେ ଉପସ୍ଥିତ ଥିଲେ । ପୋଲି ତୁରନ୍ତ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ଅଞ୍ଚଳକୁ ଘେରାବନ୍ଦୀ କରିଥିଲା ।