LIVE TV

ବିଲ୍ ଗେଟ୍ସ କରିବେ "କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨" ରେ କ୍ୟାମିଓ ,୨ଟି ଏପିସୋଡରେ ଆସିବେ ନଜର

NEWS7
smruti irani

ନୂଆଦିଲ୍ଲୀ ୨୨।୧୦; "କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨" ରେ ନଜର ଆସିବେ ଆମେରିକୀୟ ବ୍ୟବସାୟୀ ବିଲ୍ ଗେଟ୍ସ। ଅଭିନେତ୍ରୀରୁ ରାଜନେତା ହୋଇଥିବା ସ୍ମୃତି ଇରାନୀଙ୍କ ଶୋ' "କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨" ରେ ଏକ ଛୋଟ ଅଭିନୟ କରିବାକୁ ଯାଉଛନ୍ତି। ଶୋ'ର ଲାଟେଷ୍ଟ ଏପିସୋଡ୍‌ରେ ସ୍ମୃତି ଇରାନୀ ଏବଂ ବିଲ୍ ଗେଟ୍ସଙ୍କ ମଧ୍ୟରେ ଏକ ଭିଡିଓ କଲ୍ ଦେଖାଯିବ। କାହାଣୀଟିକୁ ଦୁଇଟି ଏପିସୋଡ୍‌ରେ ବିଭକ୍ତ ହେବ।  ଯାହା ସ୍ୱାସ୍ଥ୍ୟ ଏବଂ ସଚେତନତା ବିଷୟରେ ବାର୍ତ୍ତା ପ୍ରସାର କରିବା ସହିତ ମନୋରଞ୍ଜନ ପ୍ରଦାନ କରିବ। ଏପିସୋଡ୍‌ଗୁଡ଼ିକ ଅକ୍ଟୋବର ୨୪ ଏବଂ ୨୫ ତାରିଖରେ ଆସିବ ।

ଶୋ’ ସହିତ ଜଡିତ ଏକ ସୂତ୍ର କହିଛନ୍ତି ଯେ, ସେମାନେ ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ଏକ ଟ୍ରାକ୍ ସୁଟିଂ କରିଛନ୍ତି। ଏହି ସମସ୍ୟା ଗୁଡ଼ିକ ବିଷୟରେ ଲୋକମାନେ କିପରି ସଚେତନ ହେବା ଉଚିତ ତାହା ଉପରେ ଆଲୋକପାତ କରାଯିବ। ଏହି ଏପିସୋଡ୍ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହିତ ମିଳିତ ଭାବରେ ସୃଷ୍ଟି କରାଯାଇଛି। ଯାହା ବାସ୍ତବ ଦୁନିଆରେ ଏହି ଦିଗରେ କାର୍ଯ୍ୟ କରେ। ସ୍ମୃତି ଇରାନୀ ନିଜେ ଚାହୁଁଥିଲେ ଯେ, ଏହି ଧାରାବାହିକଟି ସାମାଜିକ ସମସ୍ୟା ଗୁଡ଼ିକୁ ସମ୍ବୋଧିତ କରୁ, ଯାହା ଦ୍ଵାରା ଦର୍ଶକମାନେ ଏଥିରୁ ଶିକ୍ଷା ଲାଭ କରିପାରିବେ । "କ୍ୟୁଙ୍କି ସାସ ଭି କଭି ବହୁ ଥି" ସବୁବେଳେ ମହିଳାଙ୍କ ବ୍ୟକ୍ତିଗତ ଏବଂ ପାରିବାରିକ ସମସ୍ୟାକୁ ଚିତ୍ରଣ କରିଆସିଛି।

ଏକ ଗଣମାଧ୍ୟମ ଚ୍ୟାନେଲ ସହିତ ସାକ୍ଷାତକାରରେ ସ୍ମୃତି ଇରାନୀ କହିଛନ୍ତି ଯେ, ସେ ସର୍ବଦା ବିଶ୍ୱାସ କରନ୍ତି ଯେ ଶାଢ଼ୀ କେବେବି ମହିଳାଙ୍କ ପାଇଁ ବାଧା ନୁହେଁ। ବରଂ ଏହା ଏକ ପୋଷାକ ଯାହା ଇତିହାସ, ମର୍ଯ୍ୟାଦା ଏବଂ ଆତ୍ମବିଶ୍ୱାସର ପ୍ରତୀକ। ତେବେ ଏହି ଶୋ’ଟି ପ୍ରତିଦିନ ରାତି ୧୦:୩୦ ରେ ଷ୍ଟାର ପ୍ଲସରେ ପ୍ରସାରିତ ହୁଏ ଏବଂ ସେହି ସମୟରେ ଜିଓ ଟିଭିରେ ମଧ୍ୟ ଲାଇଭ୍ ଷ୍ଟ୍ରିମ୍ ହୁଏ।