LIVE TV

ବିଜେପି ସାଂସଦ ଖଗେନ ମୁର୍ମୁ ଓ ବିଧାୟକ ଶଙ୍କର ଘୋଷଙ୍କ ଉପରେ ମରଣାନ୍ତକ ଆକ୍ରମଣ, ଟିଏମସି ଉପରେ ବର୍ଷିଲା ବିଜେପି

NEWS7
BJP

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ବିଜେପି ସାଂସଦ ଖଗେନ ମୁର୍ମୁଙ୍କୁ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ବନ୍ୟ ପୀଡ଼ିତ ଲୋକଙ୍କୁ ଜରୁରି ସାମଗ୍ରୀ ବଣ୍ଟନ ପାଇଁ ପହଞ୍ଚିବା ବେଳେ ବିଜେପି ପ୍ରତିନିଧିମଣ୍ଡଳ ଉପରେ ହଠାତ୍ ପଥର ମାଡ଼ ହୋଇଥିଲା । ଆକ୍ରମଣରେ ଉତ୍ତର ମାଲଦାରୁ ବିଜେପି ସାଂସଦଗ ଖଗେନ ମୁର୍ମୁ ଗୁରୁତର ଭାବେ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ତାଙ୍କ ମୁଣ୍ଡରେ ପଥର ବାଜିବା କାରଣରୁ ଗମ୍ଭୀର ଆଘାତ ଲାଗିଛି । ସେହିପରି ଏହି ଆକ୍ରମଣରେ ଶିଲିଗୁଡ଼ିର ବିଧାୟକ ଶଙ୍କର ଘୋଷ ମଧ୍ୟରେ ଆହତ ହୋଇଛନ୍ତି ।

ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ବଣ୍ଟନ କରୁଥିବା ସମୟରେ ମୁର୍ମୁ ଏବଂ ସ୍ଥାନୀୟ ବିଧାୟକ ଶଙ୍କର ଘୋଷଙ୍କ ସମେତ ଅନ୍ୟ ବିଜେପି ନେତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ହୋଇଥିବା ଏହି ଆକ୍ରମଣ ରାଜ୍ୟ ରାଜନୀତିକୁ ପୁଣି ଥରେ ଉଷ୍ମ କରିଛି । ବିଜେପି ଆଇଟି ସେଲ୍ ଅଧ୍ୟକ୍ଷ ଅମିତ୍ ମାଲଭୀୟ ଏହି ଆକ୍ରମଣ ପାଇଁ ଟିଏମସିକୁ ଘେରିଛନ୍ତି । ଏକ୍ସରେ ସେ ଲେଖିଛନ୍ତି, ଉତ୍ତର ମାଲଦାରୁ ଦୁଇ ଥର ସାଂସଦ ଓ ଜଣେ ସମ୍ମାନିତ ଆଦିବାସୀ ନେତା, ଜଲପାଇଗୁଡ଼ାର ନାଗରାକାଟାରେ ବିନାଶକାରୀ ବର୍ଷା, ବନ୍ୟା ଓ ଭୂସ୍ଖଳନ ପରେ ଉଦ୍ଧାରକାର୍ଯ୍ୟରେ ସହଯୋଗ କରିବା ପାଇଁ ଯିବା ବେଯଳେ ବିଜେପି ସାଂସଦ ଖଗେନ ମୁର୍ମୁଙ୍କ ଉପରେ ଟିଏମସି ଗୁଣ୍ଡା ଆକ୍ରମଣ କରିଛନ୍ତି । ସେ ଆହୁରି ଲେଖିଛନ୍ତି, ମମତା ବାନାର୍ଜୀ ଯେତେବେଳେ ନିଜ କୋଲକାତା କାର୍ନିଭାଲରେ ନାଚୁ ଥିଲେ, ସେତେବେଳେ ଟିଏମସି ଓ ରାଜ୍ୟ ପ୍ରଶାସନ ଗାଏବ ଥିଲା । ଯେଉଁମାନେ ପ୍ରକୃତରେ ଲୋକଙ୍କ ସାହାଯ୍ୟ କରୁଥିଲେ, ବିଜେପି ନେତା ଓ କାର୍ଯ୍ୟକର୍ତ୍ତା, ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି । ଏହା ଟିଏମସି ବେଙ୍ଗଲ, ଯାହା କ୍ରୁରତା ରାଜ କରୁଛି ଓ ଦୟାକୁ ଦଣ୍ଡ ମିଳୁଛି ।

ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ ଲେଖିଛନ୍ତି-ମମତା ବାନାର୍ଜୀ ସମ୍ପୂର୍ଣ୍ଣ ରୂପେ ଭୟଭୀତ ଅଛନ୍ତି । ଉତ୍ତର ବେଙ୍ଗଲରେ ବନ୍ୟା ଓ ଭୂସ୍ଖଳନରେ ଲୋକଙ୍କ ଜୀବନ ଯାଉଥିବା ବେଳେ ମମତା ବାନାର୍ଜୀ ସେଲିବ୍ରିଟିଜଙ୍କ ସହ କାର୍ନିଭାଲରେ ନାଚ କରିବାର ଅମାନବୀୟ କୃତ୍ୟ କରୁଥିଲେ । ଏହାର ବିପରୀତରେ ବେଙ୍ଗଲ ବିଜେପି ବିଧାୟକ ଓ ସାଂସଦ ପ୍ରଭାବିତ ଲୋକଙ୍କ ରିଲିଫ୍ ବଣ୍ଟନ କରି ତ୍ରୁଣମୂଳ ସ୍ତରରେ ନିଜର ଯୋଗଦାନ ଦେଉଛନ୍ତି ।