ନୂଆପଡ଼ା ୦୭/୧୦: ନୂଆପଡା ଉପନିର୍ବାଚନକୁ ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ନୂଆପଡ଼ାରେ ୪୦ରୁ ୫୦ହଜାର ଭୋଟରେ ଜିତିବ ବିଜେଡି । ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବ ସେ ଜିତିବ । ନୂଆପଡ଼ାରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଉପରେ ସିମ୍ପାଥି ଅଛି । ​​​​​​​

ପ୍ରମିଳାଙ୍କ କହିବା କଥା ଯେତେବେଳେ ମୁଖ୍ୟମନ୍ତ୍ରୀ ଜାଣିଲେ ତାରିଖ ଘୋଷଣା ହେବ । ସେତେବେଳେ ସେ ନୂଆପଡ଼ା ଗଲେ। ତାଙ୍କର ନୂଆପଡାବାସୀଙ୍କ ପାଇଁ ଆନ୍ତରିକତା ନାହିଁ। କାଲି ମୁଖ୍ୟମନ୍ତ୍ରୀ କହିଲେ ଢୋଲକିଆଙ୍କ ସ୍ଵପ୍ନ ପୁରଣ କରିବେ। ତାଙ୍କ ଶୁଦ୍ଧକ୍ରିୟାରେ ଏ କଥା କାହିଁକି କହିଲେ ନାହିଁ। ଏବେ କୋଡ଼ ଅଫ କଣ୍ଡକ୍ଟ ଲାଗିଗଲାଣି। କିଛି ହୋଇ ପାରିବ ନାହିଁ। ହେଲେ ନୂଆପଡାବାସୀ ଜାଣିଛନ୍ତି ବିଜେଡି କଣ ଓ ଅନ୍ୟ ଦଳ କଣ।

ନୂଆପଡାବାସୀ ଅନୁଭବ କରିଛନ୍ତି, ନୂଆପଡାର ବିକାଶ କେବଳ ବିଜେଡି ସରକାର କରିଛନ୍ତି। ଲୋକମାନେ ପୁଣି ବହୁ ଭୋଟରେ ବିଜେଡିକୁ ଜିତାଇବେ। ସରକାର ଯେତେବେଳେ ଭଲକାମ କରନ୍ତି, ଉପନିର୍ବାଚନ ସରକାରି ଦଳ ସପକ୍ଷରେ ଯାଏ। ଏମାନେ କିଛି ଭଲ କାମ କରି ନାହାନ୍ତି। ପ୍ରାର୍ଥୀ କିଏ ହେବେ ଖୁବଶୀଘ୍ର ବିଜେଡି ସଭାପତି ଘୋଷଣା କରିବେ। କିଏ ପ୍ରାର୍ଥୀ ହେବେ ସେ ନିଷ୍ପତ୍ତି ଅନ୍ୟ କେହି ନେଇ ପାରିବେ ନାହିଁ।