ଭୁବନେଶ୍ବର ୧୦: ଆସନ୍ତା ୩ ତାରିଖରେ ନୂଆପଡ଼ା ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତାରେ ଏନେଇ ନିଜେ ସୂଚନା ଦେଲେ ନବୀନ ପଟ୍ଟନାୟକ । ନୂଆପଡ଼ା କୋମନାରେ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ମାଗିବେ ବିଜେଡି ସୁପ୍ରିମୋ ।​​​​​​​​​​​​​​

ନୂଆପଡ଼ାରେ ବିଜେଡି ପ୍ରଚାରର ମଙ୍ଗ ଧରିବେ ନବୀନ ପଟ୍ଟନାୟକ । ସାଧାରଣ ସଭା ସହ କରିବେ ରୋଡ୍ ଶୋ’ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗିବେ ଭୋଟ୍‌ । ନୂଆପଡ଼ା ଉପ ନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ଆଗକୁ ମଇଦାନକୁ ଓହ୍ଲାଇବେ ସବୁ ଦଳର ହେଭିଓ୍ବେଟ୍ । ଏହାରି ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ନୂଆପଡ଼ାରେ ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି । ନଭେମ୍ବର ୩ ତାରିଖରେ କୋମନା ଠାରେ ଏକ ସାଧାରଣ ସଭାରେ ଯୋଗଦେବେ ନବୀନ । କୋମନା ବିଜେଡିର ଏକ ବଡ଼ ଭୋଟ୍ ବ୍ୟାଙ୍କ ହୋଇଥିବାରୁ ଏଠାରେ ଭୋଟ୍‌ ଯେମିତି ଭାଗ ନହୁଏ ସେଥିପାଇଁ ବଡ଼ ପ୍ଲାନ୍‌ କରିଛି ବିଜେଡି । ଆଉ ନବୀନଙ୍କ କୋମନା ଗସ୍ତ ବଡ଼ ପ୍ରଭାବ ପକାଇବ ବୋଲି ଆଶା ରଖିଛି ଦଳ ।
ସେହିଭଳି ନଭେମ୍ବର ୭ ତାରିଖରେ ଖରିଆର୍‌ ରୋଡ୍ ଠାରୁ ନୂଆପଡ଼ା ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର ରୋଡ୍‌ ଶୋ’ କରିବେ ନବୀନ । ନୂଆପଡ଼ା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ୍‌ ଦେବାକୁ ନୂଆପଡ଼ାବାସୀଙ୍କୁ ଅପିଲ୍ କରିବେ ବିରୋଧୀ ଦଳ ନେତା । ତେବେ ନୂଆପଡ଼ା ପ୍ରଚାରରେ ନବୀନଙ୍କ ଏଣ୍ଟ୍ରିକୁ ନେଇ ଉତ୍ସାହିତ ଅଛି ବିଜେଡି କ୍ୟାମ୍ପ୍ । ନୂଆପଡ଼ାରେ ବିଜେଡିର ନିଶ୍ଚିତ ବିଜୟକୁ ନେଇ ଦମ୍ଭୋକ୍ତି କରିଛନ୍ତି ଦଳୀୟ ନେତା ।