News7 Logo

କ୍ୟାବିନେଟ ନିଷ୍ପତ୍ତି ବିରୋଧରେ ବିଜେଡିର ପ୍ରତିବାଦ, ନବଦଳିଲେ ଆଗକୁ ୩୧୪ ବ୍ଲକରେ ଆନ୍ଦୋଳନ

NEWS7
bjd

ଭୁବନେଶ୍ୱର ୧୧/୦୯: ଗଣତନ୍ତ୍ରକୁ ଯେତେବେଳେ କୁଠାରଘାତ କରାଯାଏ । ସେତେବେଳେ ନେପାଳ ଭଳି ସ୍ଥିତି ଉପୁଜେ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଜେଡ଼ି ସମୟରେ ସର୍ବାଧିକ ପ୍ରଚେଷ୍ଟା ହୋଇଥିଲା। କିନ୍ତୁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଙ୍କୁଚିତ କରୁଛି ବିଜେପି ସରକାର। ଗତକାଲି ଏହାକୁ କ୍ୟାବିନେଟ ଅନୁମୋଦନ ଦେଇଚି। ବିଜେପି ସରକାର ନିଜକୁ ସରକାରୀ ଅଧିକାରୀଙ୍କ ପାଖେ ସମର୍ପି ଦେଲେ ।

​​​​​​​

ଅଥରିଟି ଓ ଅଫିସରଙ୍କ ଭିତରେ ପାର୍ଥକ୍ୟ ଜାଣିପାରୁ ନାହାନ୍ତି। ବ୍ଲକ୍ ସ୍ତରର ଅନେକ ଛୋଟ ନିଷ୍ପତ୍ତି BDO ଙ୍କୁ ଦେଇଦେଲେ। ଯେହେତୁ ବ୍ଲକ୍ ଅଧ୍ୟକ୍ଷ ଅଧିକାଂଶ ସ୍ଥାନରେ ବିଜେଡ଼ିର ଅଛନ୍ତି ସେଥିପାଇଁ ବିଜେଡି ସରକାର ଭୟଭୀତ।  BDOଙ୍କୁ କ୍ଷମତା ବୃଦ୍ଧି କରି ୨ ଲକ୍ଷ ରୁ ୧୦ଲକ୍ଷ ଟଙ୍କା ଯାଏ କାମକୁ ଅନୁମୋଦନ କଲେ।  ସରକାରା ଅଫିସର ରାଜ ଆରମ୍ଭ ହୋଇଗଲାଣି । ନିଜ ରାଜନୈତିକ ଇଚ୍ଛାଶକ୍ତି କୁ ପୂରଣ ପାଇଁ BDO ଙ୍କୁ ଅଧିକ କ୍ଷମତା ଦେଲେ।

ତ୍ରିସ୍ତରୀୟ ପଞ୍ଚାୟତ ରାଜର ଏ ହେଉଛି ବିରୋଧୀ । ସରକାରୀ ବାବୁ ମାନଙ୍କୁ ରାଜନୈତିକ ଅସ୍ତ୍ର କରି ବାକୁ ବିଜେପି ସରକାରର ଏ ନିଷ୍ପତ୍ତି। ସରକାର ଏ ଆଦେଶ କୁ ଯଦି ପ୍ରତ୍ୟାହାର ନକରନ୍ତି ତାହାଲେ ବିଜେଡ଼ି ପ୍ରବଳ ମାତ୍ରାରେ ତାକୁ ବିରୋଧ କରି। ୩୦ ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି ବିଜେଡି ବିଧାୟକ ଅରୁଣ ସାହୁ ଓ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି।