LIVE TV

ବିଜେଡିର ନୂଆପଡ଼ା ରଣନୀତି : ୩ ଆଶାୟୀଙ୍କୁ ନବୀନ ନିବାସ ଡାକରା, ଆଲୋଚନା ପରେ ଚୂଡ଼ାନ୍ତ ପ୍ରାର୍ଥୀ ଘୋଷଣା

NEWS7
BJD

ଭୁବନେଶ୍ବର ୧୦: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛ କସରତ । କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପି ଆଉ ବିଜେଡି ଉଭୟ ଦଳର ଛିଣ୍ଡୁନି ଟିକେଟ୍ ଟେନସନ । ଏମିତିରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇସ୍‌ପେନ୍ସ ଜାରି ରହିଛି । ଏହାରି ଭିତରେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ୩ ଆଶାୟୀଙ୍କୁ ନବୀନ ନିବାସରୁ ଡାକରା ଆସିଛି । ଏମାନେ ସିଧାସଳଖ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବେ । ବୁଧବାର ଅପରାହ୍ନରେ ନବୀନ ନିବାସରେ ନବୀନଙ୍କୁ ଭେଟି ଆଲୋଚନା କରିବେ ବୋଲି ଜଣାପଡିଛି । ତେବେ ନବୀନଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବିଜେଡି । ତେବେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ୩ ଆଶାୟୀ ହେଉଛନ୍ତି ଅବନୀ ଯୋଶୀ, ମନୋଜ ମିଶ୍ର ଭାନୁପ୍ରତାପ ସିଂ ମାଝୀ

ଅବନୀ ଯୋଶୀ ଦୀର୍ଘ ୨୫ ବର୍ଷ ହେବ ବିଜେଡିରେ ରହି ସଂଗଠନକୁ ମଜଭୁତ କରିବାରେ ଅନେକ ସହାୟକ ହୋଇଛନ୍ତି । ଏଥିସହ ସେ ଦୁଇ ଥର ଜିଲ୍ଲା ପରିଷଦ ସଭ୍ୟ ଭାବରେ ବିଜେଡିରୁ ବିଜୟୀ ହୋଇଛନ୍ତି । ବର୍ତ୍ତମାନ ସେ ବିଜେଡି ଜିଲ୍ଲା ସଭାପତି ଅଛନ୍ତି

ସେହିଭଳି ପୂର୍ବରୁ କୋମନା ବ୍ଲକ୍ ଅଧ୍ୟକ୍ଷ ରହିଛନ୍ତି ମନୋଜ ମିଶ୍ର । ସେ ବିଜେଡି ଜିଲ୍ଲା ସଭାପତି ମଧ୍ୟ ଥିଲେ । ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ଦଳ ପାଇଁ କାମ କରି ଆସୁଛନ୍ତି ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ଦଳ ପାଇଁ କାମ କରି ଆସୁଛନ୍ତି ୨୦୨୪ ନିର୍ବାଚନରେ ଜିଲ୍ଲା ସଭାପତି ରହି କୋମନା ବ୍ଲକ୍‌ରୁ ବିଜେଡି ଭଲ ଭୋଟ୍ ପାଇଥିବା ବେଳେ ତାଙ୍କ ସମୟରେ ନୂଆପଡ଼ା NAC ଧ୍ୟକ୍ଷ ପଦ ପାଇଥିଲେ ।

ସେହିଭଳି ଭାନୁପ୍ରତାପ ସିଂ ମାଝୀ ତିନି ଥର ଜିଲ୍ଲା ପରିଷଦ ସଭ୍ୟ ରହିଥିବା ବେଳେ ଦୁଇ ଥର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରହିଥିଲେ । ଏଥିସହ ଆଦିବାସୀ କଲ୍ୟାଣ ସଙ୍ଘର ସଭାପତି ମଧ୍ୟ ଅଛନ୍ତି । ଯେହେତୁ ନିର୍ବାଚନ ମଣ୍ଡଳୀରେ ୪୨ ପ୍ରତିଶତ ଆଦିବାସୀ ଭୋଟର ଅଛନ୍ତି ତେଣୁ ଭାନୁପ୍ରତାପ ସିଂ ମାଝୀଙ୍କୁ ଚାନ୍ସ ଦେଇପାରେ ବିଜେଡି

ସେହିଭଳି ବିଜେପି ଅସନ୍ତୁଷ୍ଟଙ୍କ ଉପରେ ମଧ୍ୟ ନଜର ରଖିଛି ବିଜେଡି ଏମିତିରେ ନୂଆପଡା ପାଇଁ ବିଜେଡି ଖୁବ୍‌ଶୀଘ୍ର ପ୍ରାର୍ଥୀ ଘୋଷଣା କରିବା ସହ ବଡ଼ ବ୍ୟବଧାନରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ ।

ନୂଆପଡ଼ା ରାଜନୀତିର ସତରଞ୍ଜରେ ଆଗରେ ବିଜେପି ଜୟ ଢ଼ୋଲକିଆଙ୍କୁ ପଦ୍ମ କ୍ୟାମ୍ପକୁ ଟାଣି ମାଷ୍ଟର ଷ୍ଟ୍ରୋକ୍‌ ଖେଳିଥିଲା ଦଳ ଏବେ ଔପଚାରିକ ଭାବେ ପ୍ରାର୍ଥୀଙ୍କ ନାଁ ଘୋଷଣାକୁ ଅପେକ୍ଷା ତେବେ ଏନେଇ ସଂକେତ ଦେଇ ସାରିଲେଣି ବିଜେପି ସାଂସଦ ସୁଜିତ୍‌ କୁମାର ତାଙ୍କର କହିବା କଥା ଜୟ ଢ଼ୋଲକିଆ ହିଁ ହେବେ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଆସନ୍ତା ୧୬ରେ ସେ ନାମାଙ୍କନ ଦାଖଲ କରିବେ ଆଉ ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମନ୍ତ୍ରୀ ଓ ବିଧାୟକ ଉପସ୍ଥିତିରେ ହେବ ପାଓ୍ବାର ଶୋ’ ଖାଲି ସେତିକି ନୁହେଁ ନାମାଙ୍କନ ଦିନ ୨ହଜାରରୁ ଅଧିକ କଂଗ୍ରେସ ଓ ବିଜେଡି କର୍ମୀଙ୍କୁ ବିଜେପିରେ ସାମିଲ ପାଇଁ ହୋଇଛି ବଡ଼ ଯୋଜନା  

ସେପଟେ ଆଗୁଆ ପ୍ରାର୍ଥୀ ଘୋଷଣା କରି ପ୍ରଚାରକୁ ଜୋରଦାର କରିଛି କଂଗ୍ରେସ ନିଜେ ପିସିସି ସଭାପତି ନୂଆପଡ଼ାରେ ଡେରା ପକାଇବା ସହ ବିଭିନ୍ନ ଦଳର ନେତାଙ୍କୁ ଦଳରେ ସାମିଲ କରିବାରେ ଲାଗିଛି କଂଗ୍ରେସ

ତେବେ ଆଜି ମାନଙ୍କନ ପତ୍ର ଦାଖଲର ତୃତୀୟ ଦିନ ହୋଇଥିବା ବେଳେ କୌଣସି ପ୍ରାର୍ଥୀ ଏଯାଏଁ ନାମାଙ୍କନ କରିନଥିବା ବେଳେ ନୂଆପଡାରେ ବଢ଼ିଲାଣି ଉପ ନିର୍ବାଚନ ତାତି