LIVE TV

ସରକାରଙ୍କ ନୂଆପଡା କସରତ ନେଇ ବିଜେଡିର ସମାଲୋଚନା, ବିଧାୟକ କହିଲେ ଲୋକେ ବୁଝି ଗଲେଣି

NEWS7
arun sahoo

ଭୁବନେଶ୍ୱର ୦୬/୧୦: ଆଗକୁ ନୂଆପଡା ଉପ-ନିର୍ବାଚନ । ଆରମ୍ଭ ହୋଇଗଲାଣି କସରତ । ଏହାରି ଭିତରେ ବିଜେପି ଆରମ୍ଭ କରିଦେଇଛି ତାର ପ୍ରସ୍ତୁତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଗସ୍ତ କରିଛନ୍ତି । ତେବେ ତାଙ୍କ ଗସ୍ତକୁ ନେଇ କାଉଣ୍ଟର କରିଛି ବିଜେଡି । ବିଜେଡି ବିଧାୟକ ପ୍ରତିକ୍ରିୟାରେ କହିଛନ୍ତି ଯେ, ବାହାଘର ବେଳେ ବାଇଗଣ ରୁଆ ନୀତି ଆପଣାଇଛନ୍ତି ସରକାର ।

ଏବେ ନୂଆପଡ଼ା ଉପ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଜାଣି ମୁଖ୍ୟମନ୍ତ୍ରୀ ଏପରି ପ୍ୟାକେଜ ଘୋଷଣା କରିଛନ୍ତି । ଲୋକେ ଏହା ବୁଝି ଗଲେଣି । ସେ ଆହୁରି କହିଛନ୍ତି ନୂଆପଡାରେ ବିଜେପି ଚତୁର୍ଥ ସ୍ଥାନକୁ ଚାଲିଯିବ । କାମ ନକରି ଟଙ୍କା ଦେଲେ କଣ ହେବ । ସେ ପଇସା ମିଳିବ କି ନାହିଁ ଜଣା ନାହିଁ । ବିଜେଡି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦିଏ, ତାହା ପରବର୍ତ୍ତୀ ସମୟରେ ପୂରଣ କରେ ।

ପନ୍ଦର ମାସ ହେଲା କିଛି କାମ କଲେ ନାହିଁ ରାଜ୍ୟ ସରକାର । ଯାହା ପଇସା ଦିଆଯାଇଥିଲା ତାହାକୁ ଫେରାଇ ନେଲେ । ଆମ ଓଡ଼ିଶା ଓ ନବୀନ ଓଡିଶାରେ ଯେଉଁ ଟଙ୍କା ଦିଆଯାଇଥିଲା ତାହା ବିଜେପି ସରକାର ଫେରାଇ ନେଲେ ।