LIVE TV

୫୮ ବର୍ଷରେ ଦ୍ଵିତୀୟ ଥର ବାପା ହେଲେ ଅରବାଜ ଖାନ, କନ୍ୟା ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ଶୁରା

NEWS7
Arbaaz

ନୂଆଦିଲ୍ଲୀ ୦୬।୧୦; ଫିଲ୍ମ ନିର୍ମାତା ଏବଂ ଅଭିନେତା ଅରବାଜ ଖାନ। ସେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ପ୍ରଥମ ବିବାହ ଅଭିନେତ୍ରୀ ମଲାଇକା ଆରୋରାଙ୍କ ସହ ହୋଇଥିଲା, କିନ୍ତୁ ଏହି ବିବାହ ଅଧିକ ଦିନ ଚାଲିପାରି ନଥିଲା ଶେଷରେ ତାଙ୍କୁ ଛାଡପତ୍ର ଦେଇଥିଲେ। ସେ ଦ୍ୱିତୀୟ ଥର ପାଇଁ ମେକଅପ୍ ଆର୍ଟିଷ୍ଟ ଶୁରା ଖାନଙ୍କୁ ବିବାହ କରିଥିଲେ। ଏବେ, ଶୁରା ଖାନ ଏବଂ ଅରବାଜ ଖାନଙ୍କ ଘରେ ଖୁସିର ମାହୋଲ

ଅରବାଜ ଖାନ ପୁଣି ଥରେ ପିତା ହୋଇଛନ୍ତି। ଅକ୍ଟୋବର ତାରିଖରେ ଶୁରା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଖାନ ପରିବାରରେ ଉତ୍ସବର ପରିବେଶ ରହିଛି। ସଲମାନ ଖାନ ମଧ୍ୟ ତାଙ୍କ ଭାଇଙ୍କ ଉତ୍ସବରେ ଯୋଗଦେବା ପାଇଁ ମୁମ୍ବାଇ ଫେରୁଛନ୍ତି। ଆସନ୍ତୁ ଜାଣିବା ଯେ ଅରବାଜ ଖାନଙ୍କ ସନ୍ତାନ କେତେ ଜଣ ଅଛନ୍ତି। ଅରବାଜ ଖାନଙ୍କ ଦୁଇଟି ବିବାହରୁ ଦୁଇଟି ସନ୍ତାନ ଅଛନ୍ତି: ପ୍ରଥମ ବିବାହରୁ ଗୋଟିଏ ପୁଅ ଏବଂ ଦ୍ୱିତୀୟ ବିବାହରୁ ଗୋଟିଏ ଝିଅ।

 
 
 
 
 
 
 
 
 
 
 
 
 
 
 

A post shared by sshura Khan (@sshurakhan)

ଅରବାଜ ଖାନ ୧୯୯୮ ମସିହାରେ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ବିବାହ ୨୦୧୭ ପର୍ଯ୍ୟନ୍ତ ଚାଲିଥିଲା। ମଲାଇକା ୨୦୦୨ ମସିହାରେ ଏକ ପୁଅକୁ ଜନ୍ମ ଦେଇଥିଲେ। ସେମାନଙ୍କ ପୁଅର ନାମ ଅରହାନ ଖାନ। ଅରବାଜ ଏବଂ ମଲାଇକାଙ୍କର ଏକ ପୁଅ ଅଛି। ସେମାନେ ତାଙ୍କ ପୁଅକୁ ଏକାଠି ପାଳନ କରିଛନ୍ତି। ଦୁହିଁଙ୍କୁ ତାଙ୍କ ପୁଅ ସହିତ ଅନେକ ଥର ବିମାନବନ୍ଦରରେ ଦେଖିବାକୁ ମିଳିଛି। ମଲାଇକାଙ୍କ ଠାରୁ ଅଲଗା ହେବା ପରେ, ଅରବାଜ ଅନେକ ବର୍ଷ ଧରି ମଡେଲ-ଅଭିନେତ୍ରୀ ଜର୍ଜିଆ ଆଣ୍ଡ୍ରିଆନିଙ୍କ ସହ ସମ୍ପର୍କରେ ଥିଲେ। କିନ୍ତୁ, ଏହି ସମ୍ପର୍କ ତିଷ୍ଠି ପାରିଲା ନାହିଁ ଏବଂ ସେମାନେ ୨୦୨୨ ଅଲଗା ହୋଇଥିଲେ। ଏହା ପରେ, ୨୦୨୩ରେ, ସେ ଶୁରା ଖାନଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିଥିଲେ। ଶୁରାଙ୍କ ସହ ତାଙ୍କର ସମ୍ପର୍କକୁ ସିକ୍ରେଟ୍‌ରେ ଖିଥିଲେତାଙ୍କ ବିବାହରେ କେବଳ ନିକଟତର ବନ୍ଧୁ ଏବଂ ସମ୍ପର୍କୀୟମାନେ ଯୋଗ ଦେଇଥିଲେ।