LIVE TV

ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମର୍ଡର , ଗତ ମାସରେ ମଧ୍ୟ ହୋଇଥିଲା ଜଘନ୍ୟ ହତ୍ୟାକାଣ୍ଡ

NEWS7
Indian student died in America

ୱାଶିଂଟନ – ଆମେରିକାରେ କଣ ସବୁ ଘଟୁଛି ? ସେଠାରେ ଗୋଟିଏ ପରେ ଗୋଟିଏ ଭାରତୀୟଙ୍କ ହତ୍ୟା ହୋଇ ଚାଲିଛି। ସଦ୍ୟ ମାମଲାରେ ଟେକ୍ସାସର ଡଲାସରେ ଏକ ଗ୍ୟାସ ଷ୍ଟେସନରେ କାମ କରୁଥିବା ୨୮ ବର୍ଷିୟ ଭାରତୀୟ ଛାତ୍ର ଚନ୍ଦ୍ରଶେଖର ପୋଲଙ୍କ ଶୁକ୍ରବାର ରାତିରେ ଜଣେ ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି। ଗତ ମାସରେ ଏହି ସହରେ ଆଉ ଜଣେ ଭାରତୀୟ ବ୍ୟକ୍ତି ଚନ୍ଦ୍ର ମୌଳି ନାଗମଲ୍ଲୈୟାଙ୍କର ମୁଣ୍ଡ ଗଣ୍ଡି ଅଲଗା କରି ହତ୍ୟା କରାଯାଇ ଥିଲା। ଚନ୍ଦ୍ରଶେଖର ପୋଲ ହାଇଦ୍ରାବାଦର ମୂଳ ବାସିନ୍ଦା ଏବଂ ଭାରଟରେ ଡେଣ୍ଟାଲ ସର୍ଜରୀରେ ସ୍ନାତକ ଡିଗ୍ରୀ ଶେଷ କରିବା ପରେ ୨୦୨୩ରୁ ଉଚ୍ଚ ଶିକ୍ଷା ପାଇଁ ଆମେରିକାରେ ଥିଲେ। ସେ ନିକଟରେ ଆମେରିକାରୁ ନିଜର ମାଷ୍ଟର ଡିଗ୍ରୀ ସାରିଛନ୍ତି ଏବଂ ପୂର୍ଣ୍ଣକାଳିନ ଚାକିରିର ତଲାସରେ ପେଟ୍ରୋଲ ପମ୍ପରେ ପାର୍ଟ ଟାଇମ୍‌ କାମ କରୁଥିଲେ।

ଛାତ୍ରଙ୍କ ପରିବାର ଲୋକ ପୁଅର ମୃତଦେହକୁ ଆମେରିକାରୁ ଆଣିବାକୁ ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି। ବିଆରଏସ୍‌ ବିଧାୟକ ଓ ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ଟି.ହରିଶ ରାଓ ମଧ୍ୟ ପରିବାରର ଦାବିକୁ ସମର୍ଥନ କରିଛନ୍ତି। ରାଓ ଓ ଅନ୍ୟ ଜଣେ ବିଆରଏସ ବିଧୟକ ସୁଧୀର ରେଡ୍ଡୀ ଶନିବାର ମୃତ ଛାତ୍ରଙ୍କ ହାଇଦ୍ରାବାଦରେ ଘରକୁ ଯାଇ ତାଙ୍କ ପରିବାରକୁ ଭେଟିଥିଲେ। ରାଓ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ କହିଛନ୍ତି - ତାଙ୍କ ପୁଅ ,ଯାହାକୁ ସେମାନେ ବହୁ ଉଚ୍ଚକୁ ଯିବ ବୋଲି ଭାବିଥିଲେ, ସେ ଆଉ ନାହିଁ ଜାଣି ପିତାମାତାଙ୍କ ଯନ୍ତ୍ରଣା ଅସହ୍ୟ ହୋଇଛି। ଆମେ , ବିଆରଏସ ପକ୍ଷରୁ , ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ଯେ, ଚନ୍ଦ୍ରଶେଖରଙ୍କ ମୃତଦେହକୁ ଯଥାଶୀଘ୍ର ତାଙ୍କ ଜନ୍ମସ୍ଥାନକୁ ଆଣିବାକୁ ଚେଷ୍ଟା କରନ୍ତୁ ।

ଉଲ୍ଲେଖନୀୟ ଯେ, ଗତ ମାସରେ , ଟେକ୍ସାସ ସ୍ଥିତ ଡଲାସରେ ଜଣେ ୫୦ ବର୍ଷିୟ ଭାରତୀୟ ବଂଶୋଦ୍ଭବ ମୋଟଲ ମ୍ୟାନେଜର ଚନ୍ଦ୍ର ମୌଳୀ ବବ୍‌ ନାଗମଲ୍ଲୈୟାଙ୍କର ତାଙ୍କ ପତ୍ନୀ ଓ ପୁଅଙ୍କ ସାମ୍ନାରେ ୱାଶିଂମେସିନକୁ ନେଇ ହୋଇଥିବା ବିବାଦ ପରେ ଶରୀରରୁ ମୁଣ୍ଡକୁ ଅଲଗା କରି ହତ୍ୟା କରି ଦେଇ ଥିଲେ। ସନ୍ଦିଗ୍ଧ ଅଭିଯୁକ୍ତକୁ ଗିରଫ କରାଯାଇଛି।