କଣାସ, ୧୪।୧୧ :ବେଆଇନ ବାଲି ଓ ପଥର ଚାଲାଣ ଉପରେ କଣାସ ତହସିଲଦାରଙ୍କ କଡ଼ା ଆକ୍ସନ । ଦୁଇ ଦିନରେ ୭ଟି ଗାଡ଼ି ଜବତ । ଚୋରା ଚାଲାଣକାରୀଙ୍କ ମଧ୍ୟରେ ଛନକା । କଣାସରେ ବେଆଇନ ବାଲି ଓ ପଥର ଚାଲାଣ ଉପରେ କଣାସ ତହସିଲ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ରିପୋର୍ଟ ଅନୁସାରେ, କଣାସ ତହସିଲଦାର ଲଗାତର ଦୁଇ ଦିନ ଧରି ଚଢ଼ାଉ କରି ୭ଟି ଗାଡ଼ି ଜବତ କରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ପରେ ବେଆଇନ ଖଣିଜ ପଦାର୍ଥ ଚାଲାଣକାରୀଙ୍କ ମଧ୍ୟରେ ଛନକା ପଶିଛି। ଶନିବାର ଭୋର ସମୟରେ ନୂଆ ଜଗନ୍ନାଥ ସଡ଼କର ବକୁ ପେଟ୍ରୋଲ ପମ୍ପ ନିକଟରେ ତହସିଲଦାର ଛକି ବସିଥିଲେ। ଏହି ସମୟରେ ବେଆଇନ ଭାବେ ଖଣିଜ ପଦାର୍ଥ ପରିବହନ କରୁଥିବା ଗୋଟିଏ ହାଇୱା ସହ ଦୁଇଟି ଟ୍ରକକୁ ସେ ଜବତ କରିଥିଲେ।

Also Read :- କମିଗଲା ସୁନା ରେଟ୍ : ୪ ଦିନରେ ଶସ୍ତା ହେଲାଣି ଏତେ ଟଙ୍କା, ଆଗକୁ ଆହୁରି ଖସିବ !

ସେହିପରି ଶୁକ୍ରବାର ରାତିରେ ମଧ୍ୟ ଚଢ଼ାଉ କରି ଦୁଇଟି ଟ୍ରକ ଓ ଦୁଇଟି ଟ୍ରାକ୍ଟର ଜବତ କରାଯାଇଥିବା ଜଣାପଡ଼ିଛି। କଣାସ ଅଞ୍ଚଳରେ ଦୀର୍ଘଦିନ ଧରି ବେଆଇନ ବାଲି- ପଥର ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି। ଏହାକୁ ରୋକିବା ପାଇଁ ଖଣି ବିଭାଗର ଅଧିକାରୀ ଓ କଣାସ ତହସିଲଦାରଙ୍କ ପକ୍ଷରୁ ଚଢ଼ାଉ ଜାରି ରହିଛି।