LIVE TV

୭ ବର୍ଷ ହେବ ଏହି ରୋଗରେ ପୀଡ଼ିତ ଥିଲେ ସଲମାନ, ଖାଦ୍ୟ ମଧ୍ୟ ଚୋବାଇ ପାରୁ ନଥିଲେ

NEWS7
salman khan diseases

ମୁମ୍ୱାଇ – ବଲିଉଡର ଦବଙ୍ଗ ସଲମାନ ଖାନ ୫୯ ବର୍ଷ ବୟସରେ ମଧ୍ୟ କାମକୁ ନେଇ ସୁପର ଆକ୍ଟିଭ୍‌ ଅଛନ୍ତି। ହେଲେ ବୟସାଧିକରେ ଉପନୀତ ସଲମାନ ଅନେକ ରୋଗରେ ମଧ୍ୟରେ ପୀଡ଼ିତ। ଟ୍ୱିଙ୍କଲ ଖାନ୍ନା ଓ କାଜୋଲଙ୍କ ଶୋ’ ‘ଟୁ ମଚ୍‌’ରେ ଏହି ଅଭିନେତା ଟ୍ରାଇଜେମିନାଲ ନ୍ୟୁରୋଲଜିଆର ଭୟଙ୍କର ଯନ୍ତ୍ରଣା ବିଷୟରେ ଖୋଲାଖୋଲି କହିଥିଲେ। ଦବଙ୍ଗ ଖାନ୍ କହିଥିଲେ , ଫିଲ୍ମ 'ପାର୍ଟନର' ର ସେଟ୍‌ରେ ପ୍ରଥମ ଥର ସେ ଏହି ଯନ୍ତ୍ରଣା ଅନୁଭବ କରି ଥିଲେ।

ସଲମାନଙ୍କ କହିବା ହେଲା ଯେ, ଏହି ଯନ୍ତ୍ରଣା ଏତେ ବିପଜ୍ଜନକ ଯେ, ସେ ଏହାକୁ ନିଜର ସବୁଠୁ ବଡ଼ ଶତ୍ରୁକୁ ମଧ୍ୟ ହେବାକୁ କାମନା କରିବେ ନାହିଁ। ସଲମାନ କହିଛନ୍ତି – ଆପଣଙ୍କୁ ଏହା ସହ ଜିଇଁବାକୁ ହେବ। ଅନେକ ଲୋକ ଅଛନ୍ତି ଯିଏ ବାଇପାସ ସର୍ଜରୀ , ହାର୍ଟ କଣ୍ଡିସନ , ଆଉମଧ୍ୟ ଅନେକ ରୋଗ ସହ ଜିଇଁଥାନ୍ତି। ଯେବେ ମୋତେ ଟ୍ରାଇଜେମିନଲ ନ୍ୟୁରାଲଜିଆ ନାମକ ରୋଗ ବିଷୟରେ ଜଣାପଡ଼ିଲା ,ଏହାର ଯନ୍ତ୍ରଣା ଏମିତି ଥିଲା ,ଯାହା ଆପଣଙ୍କୁ ଶତ୍ରୁକୁ ମଧ୍ୟ ଦେବାକୁ ଚାହିଁବେ ନାହିଁ । ମୋତେ ଏହି ଯନ୍ତ୍ରଣା ସାଢେ ୭ବର୍ଷ ଯାଏ ହୋଇଥିଲା। ପ୍ରତି ୪-୫ ମିନିଟ୍‌ ପରେ ଏହି ଯନ୍ତ୍ରଣା ଅନୁଭବ ହେଉଥିଲା।

... ଏହା ହଠାତ୍‌ ହେଉଥିଲା , ଯେମିତି କି କାହା ସହ କଥା ବାର୍ତ୍ତା ହେଉଥିବା ବେଳେ । ଏହାର କାରଣରୁ ମୋତେ ଜଳଖିଆ କରିବାରେ ଦେଢ ଘଣ୍ଟା ଲାଗି ଯାଉଥିଲା। ଗୋଟିଏ ଆମଲେଟ୍‌ ଖାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁଥିଲା। କାରଣ ମୁଁ ଏହାକୁ ଚୋବେଇ ପାରୁ ନଥିଲି , ମୋତେ ନିଜକୁ ଫୋର୍ସ କରିବାକୁ ପଡ଼ୁଥିଲା, ନିଜକୁ ହର୍ଟ କରିବାରୁ ପଡ଼ୁଥିଲା, ମୁଁ ମୋର ଖାଦ୍ୟ ସାରିବାକୁ ବହୁତ ଅଧିକ ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ୁଥିଲା ।

କେମିତି ଯନ୍ତ୍ରଣା ମୁକ୍ତ ହେଲେ ସଲମାନ ?

ସଲମାନ କହିଥିଲେ – ୨୦୦୭ରେ ଯେବେ ମୁଁ ଫିଲ୍ମ ‘ପାର୍ଟନର’ କରୁଥିଲି। ଲାରା ଦତ୍ତ ସେଠାରେ ଥିଲେ। ସେ ମୋ ମୁହଁରୁ ଏକ କେଶ ଛିଣ୍ଡାଇଲା ବେଳେ ମୁଁ ଖୁବ୍‌ ଯନ୍ତ୍ରଣା ଅନୁଭବ କଲି। ମୁଁ ମଜାକରେ କହିଲି – ବାଃ ଲାରା , ତୁମେ ତମତ୍କାର। ସେବେଠାରୁ ସବୁ ଆରମ୍ଭ ହୋଇଥିଲା। ଲୋକଙ୍କ ଆରମ୍ଭରେ ଲାଗୁଥିଲା ଯେ, ମୁଁ ଡେଣ୍ଟଲ ପ୍ରବଲେମ୍‌ ସହ୍ୟ କରୁଛି। ମୁଁ ୭୫୦ ଏମ୍‌ଜିର ପେନକିଲର ନେଉଥିଲି। କିନ୍ତୁ ସେବେ ଠାରୁ ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ମିଳୁ ନଥିଲା। ସଲମାନ ଖାନ କହିଛନ୍ତି ଯେ, ଏହି ଯନ୍ତ୍ରଣାରୁ ମୁକ୍ତ ସେତେବେଳେ ମିଳୁଥିଲା ,ଯେବେ ସେ ଡ୍ରିଙ୍କ୍‌ କରୁଥିଲେ। ସଲମାନଙ୍କ ୨୦୧୧ରେ ଟ୍ରାଇଜେମିନଲ ନ୍ୟୁରାଲଜିଆର ସର୍ଜରୀ ହୋଇଥିଲା।

ଜୁନ୍‌ ମାସରେ ଅଭିନେତା ‘ଦ ଗ୍ରେଟ୍‌ ଇଣ୍ଡିଆନ କପିଲ ଶର୍ମ ଶୋ’ରେ ମଧ୍ୟ ନିଜର ରୋଗର ଖୁଲାସା କରିଥିଲେ। ସେ କହିଥିଲେ ,ସେ ଗୋଟିଏ ନୁହେଁ ବରଂ ୩ଟି ନ୍ୟୁରୋଲଜିକାଲ କଣ୍ଡିସନ –ଟ୍ରାଇଜେମିନଲ ନ୍ୟୁରାଲଜିଆ , ବ୍ରେନ୍‌ ଏନ୍ୟୁରିଜିମ୍‌ ଓ ଆର୍ଟିରିୟୋଭେନସ ମଲଫର୍ମେସନ ସହ ଲଢୁଛନ୍ତି। ଦବଙ୍ଗ ଖାନ୍‌ କହିଥିଲେ ଯେ, ଏତେ ସବୁ ସମସ୍ୟା ସତ୍ତ୍ୱେ ସେ କାମ କରୁଛନ୍ତି।

ସଲମାନଙ୍କର ହୋଇଥିବା ରୋଗ ଗୁଡ଼ିକ –

୧-ଟ୍ରାଇଜେମିନଲ ନ୍ୟୁରାଲିଜିଆ-  ମୁହଁର ସ୍ନାୟୁ ସହ ଜଡ଼ିତ ଏକ ରୋଗ , ଯାହା ମୁହଁରେ ଗୁରୁତର ଓ ଅସହ୍ୟ ଯନ୍ତ୍ରଣ ଅନୁଭବ କରେ ।

୨- ବ୍ରେନ୍‌ ଏନ୍ୟୁରିଜିମ୍‌ – ମସ୍ତିଷ୍କର ରକ୍ତବାହୀ ନଳୀରେ ବେଲୁନ୍‌ ଆକାରର ଫୁଲା।

୩-ଆର୍ଟିରିୟୋଭେନସ ମାଲଫର୍ମେସନ – ମସ୍ତିଷ୍କର ଧମନୀ ଓ ଶିରାଗୁଡ଼ିକ ପରସ୍ପର ମଧ୍ୟରେ ଜଡ଼ିତ ରହିବା। ଏହି କାରଣରୁ ଅସ୍ୱାଭାବିକ ରକ୍ତ ସଞ୍ଚାଳନ ଓ ଏଥିରେ ମସ୍ତିଷ୍କ ରକ୍ତସ୍ରାବର ଆଶଙ୍କା ବୃଦ୍ଧି ପାଏ।