ନୂଆଦିଲ୍ଲୀ ୧୧।୦୯; ଦିଲ୍ଲୀ ପୋଲିସକୁ ବଡ଼ ସଫଳତା । ଆତଙ୍କୀ ସଙ୍ଗଠନ ଆଇଏସ୍ଆଇଏସ୍ ସହ ଜଡିତ ୫ ଆତଙ୍କୀଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଯେଉଁଥିରୁ ଜଣ ଆତଙ୍କବାଦୀଙ୍କୁ ଦିଲ୍ଲୀରୁ ଏବଂ ଜଣ ଆତଙ୍କବାଦୀଙ୍କୁ ରାଞ୍ଚିରୁ ଗିରଫ କରାଯାଇଥିଲା। ଦିଲ୍ଲୀ, ମୁମ୍ବାଇ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ହାଇଦ୍ରାବାଦରେ ଚଢାଉ କରି ଆତଙ୍କବାଦୀ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ। ସେମାନଙ୍କ ମଧ୍ୟ ୩ଜଣ ଆତଙ୍କୀଙ୍କ ପରିଚୟ ମିଳିଛି । ସେମାନେ ହେଲେ ମୁମ୍ବାଇର ଅଫତାବ ଓ ସୁଫିୟାନ । ସେହିପରି ରାଞ୍ଚିର ଦାନିଶ ବୋଲି ଜଣାପଡିଛି ।

କୁହାଯାଉଛି ସେମାନଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ଏହି ତିନି ଜଣ ଆତଙ୍କବାଦୀ ଏକ ବଡ଼ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ। ଆଇଇଡି ପ୍ରସ୍ତୁତକାରୀ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ । ଗିରଫ ଆତଙ୍କୀମାନେ କେମିକାଲ ବୋମା ପ୍ରସ୍ତୁତ କରିବାରେ ଏକ୍ସପର୍ଟ ଅଛନ୍ତି । ସେମାନେ ଆତଙ୍କୀ ସଙ୍ଗଠନ ଆଇଏସ୍‌ଆଇସ୍‌ରୁ ପ୍ରେରିତ ହୋଇ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିଲେ ବୋଲି ସୂଚନା ମିଳିଛି ।

ଏହା ବ୍ୟତୀତ ଏକ ଦେଶୀ ନିର୍ମିତ ପିସ୍ତଲ ଏବଂ ଏକ କାର୍ଟ୍ରିଜ୍ ମଧ୍ୟ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଏହି ଆତଙ୍କବାଦୀମାନେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଘଟଣା ଘଟାଇବାକୁ ଯୋଜନା କରୁଥିଲେ। ସୂଚନା ଅନୁଯାୟୀ, ଗିରଫ ହୋଇଥିବା ପାଞ୍ଚ ଜଣ ଆତଙ୍କବାଦୀ ISISର ସ୍ଲିପର ସେଲ୍ ଥିଲେ। ଏହି ଆତଙ୍କବାଦୀଙ୍କ ମୁଖ୍ୟ କାମ ଥିଲା ISISରେ ନୂତନ ଆତଙ୍କବାଦୀଙ୍କୁ ନିଯୁକ୍ତି ଦେବା। ପୋଲିସ ଆହୁରି କିଛି ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଅଟକ ରଖିଛି ଏବଂ ସେମାନଙ୍କୁ ପଚରାଉଚରା କରୁଛି।