ମାଲକାନଗିରି ୨୯/୦୪: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । କରେଗେଟା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀ ହେଲେ PLGA ବାଟାଲିୟନ-୧ର ସଦସ୍ୟ ହୁଙ୍ଗି, ସିନ୍ଧୁ ଏବଂ ଶାନ୍ତି ତିନି ମହିଳା ମାଓବାଦୀ ନିହତ ହୋଇଛନ୍ତି ।
ସୂଚନା ଥାଉକି, ତିନି ମାଓ ନେତ୍ରୀଙ୍କ ନାଁରେ ୨୪ ଲକ୍ଷ ଟଙ୍କା ପୁରସ୍କାର ଥିଲା । ଏବେବି କରେଗେଟା ଜଙ୍ଗଲରେ ସୁରକ୍ଷା କର୍ମୀ ଦଶ ହଜାରରୁ ଉର୍ଦ୍ଧ୍ୱ ମାଓବାଦୀ ପୁରା ଘେରି ରହି ଆମ୍ବୁସ ବିଛାଇଥିଲେ । ଆଉ ଏହି ଆମ୍ୱୁସ ବିଛାଇଥିବାରୁ ସୁରକ୍ଷାବାହିନୀକୁ ବଡ ସଫଳତା ମିଳିଥିଲା । ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ମୂଳପୋଛ ପାଇଁ ବଡ଼ ଧରଣର ଅପରେସନ ଜାରି ରଖିଛନ୍ତି।