News7 Logo

୨୯ ବର୍ଷିୟା ଯୁବତୀ ସରକାରୀ ବ୍ୟାଙ୍କ୍ ଚାକିରିରୁ ଦେଇଦେଲେ ଇସ୍ତଫା , ଇନଷ୍ଟାରେ ଜଣାଇଲେ ମନର କଥା

NEWS7
-

ନୂଆଦିଲ୍ଲୀ – ଭାରତରେ କୋଟି କୋଟି ଲୋକ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରିଥାନ୍ତି। କୁହାଯାଏ ଯଦି ସରକାରୀ ଚାକିରି ହୋଇଯାଏ ତ ଜୀବନ ଆରାମରେ କଟି ଯିବ , କିନ୍ତୁ ଆପଣ କଣ ଭାବି ପାରିବେ ଯେ , ଆପଣଙ୍କର କୌଣସି ସରକାରୀ ବ୍ୟାଙ୍କରେ ଚାକିରି ହୋଇ ଯାଇଥିବ ଏବଂ କିଛି ବର୍ଷରେ ଇସ୍ତଫା ମଧ୍ୟ ଦେଇ ଦେବେ। ୧୯ ବର୍ଷୀୟା ବାଣୀ ଇନଷ୍ଟାଗ୍ରାମ୍‌ରେ ନିଜର ଷ୍ଟୋରୀ ସେୟାର କରିଛନ୍ତି , ଯେଉଁଥିରେ କହିଛନ୍ତି , କେମିତି ସେ ଚାକିରି କରିବାର କିଛି ବର୍ଷ ମଧ୍ୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଚାକିରି ଛାଡ଼ି ଦେଲେ।

ବାଣୀଙ୍କର ଏହି ଭିଡ଼ିଓ ଇନଷ୍ଟାଗ୍ରାମ୍‌ରେ ଭାଇରାଲ ହେଉଛି। ଏଥିରେ ସେ କହିଛନ୍ତି ଯେ, ଆଇବିପିଏସ୍‌ ମାଧ୍ୟମରେ ୨୦୨୨ରେ ତାଙ୍କୁ ପିଏନବିରେ ପିଓର ଚାକିରି ମିଳିଥିଲା ଏବଂ ସେ ଲୋନ୍‌ ଡିପାର୍ଟମେଣ୍ଟ ମୁଖ୍ୟ ଥିଲେ । ହେଲେ , କିଛି ଦିନ ମଧ୍ୟରେ ସେ ନିଜର ମାନସିକ ଶାନ୍ତି ହରାଇବା ଅନୁଭବ କଲେ ଏବଂ ସେ ଚାକିରି ଛାଡ଼ିବାରକୁ ନିଷ୍ପତ୍ତି ନେଲେ।

ସେ ନିଜ ପୋଷ୍ଟର କ୍ୟାପସନରେ ଲେଖିଥିଲେ , ସବୁ ହିରୋ ଟୋପି ପିନ୍ଧନ୍ତି ନାହିଁ , କିଛି ତ କେବଳ ବିଷାକ୍ତ ଚାକିରି ଛାଡ଼ି ଦିଅନ୍ତି। ଏଥିପାଇଁ ମୁଁ ଏହି ଚ୍ୟାପ୍ଟରକୁ ବନ୍ଦ କରିଦେଲି ,ଯାହା ମୋର କାମର ନଥିଲା। ବାଣୀ କହିଛନ୍ତି ଯେ , ଏହି ଚାକିରି ତାଙ୍କୁ ଆର୍ଥିକ ଭାବେ ଇଣ୍ଡିପେଣ୍ଡେଣ୍ଟ ତ କରିଥିଲା, କିନ୍ତୁ ମନରେ ଶାନ୍ତି କେବେ ରହୁ ନଥିଲା। ଚାକିରି ପୂର୍ବରୁ ତାଙ୍କର ଜୀବନ ଖୁବ୍‌ ଭଲ ଥିଲା। ଖୁବ୍‌ ଖୁସିରେ ରହୁ ଥିଲେ। ସେଥିପାଇଁ ସେ ଏହି ମଧ୍ୟରେ ମାନସିକ ଶାନ୍ତିକୁ ବାଛିଲେ।

ସେ କୁହନ୍ତି ଯେ , ମୁଁ କାହାକୁ ଡିମୋଟିଭେଟ୍‌ କରିବାକୁ ଚାହୁଁ ନାହିଁ ,କିନ୍ତୁ ମୋତେ ଏମିତି ହିଁ ଲାଗୁ ନାହିଁ। ଭିଡ଼ିଓରେ ବାଣୀ ଇସ୍ତଫା ଦେବା ପରେ ନିଜର ଆଇକାର୍ଡକୁ ଜମା କରିବାର ଦେଖିବାକୁ ମିଳୁଛି। ସେ କୁହନ୍ତି  ଇସ୍ତଫା ଦେବା ପରେ ସେ ଖୁବ୍‌ ଖୁସି ଅନୁଭବ କରୁଛନ୍ତି। ସେ ଆଉ ଏକ ଭିଡ଼ିଓରେ କହିଛନ୍ତି ଯେ , ଏହି ନିଷ୍ପତ୍ତି କେବେ ସହଜ ନଥିଲା, କିନ୍ତୁ ମୋ ପରିବାର ବୁଝିଲା ଓ ମୋତେ ସପୋର୍ଟ କଲା।  

ବାଣୀଙ୍କ ଏହି ପୋଷ୍ଟରେ ବିଭିନ୍ନ ପ୍ରକାରର କମେଣ୍ଟ ଆସୁଛି। କିଛି ତାଙ୍କୁ ସପୋର୍ଟ କରୁଥିବା ବେଳେ କିଛି ତାଙ୍କର ନିଷ୍ପତ୍ତିର ବିରୋଧ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ଭଲ କରିଛନ୍ତି। ଆଉ ଜଣେ ଲେଖିଛନ୍ତି , ସରକାରୀ କଣ ପ୍ରାଇଭେଟ୍‌ ଚାକିରି ମଧ୍ୟ ଛାଡ଼ି ଦିଅ, କଣ ତଫାତ୍‌ ପଡ଼ିବ। ଘର ତ ଚଲାଇବାର ଅଛି। ଆଉ ଜଣେ ୟୁଜରଙ୍କର କହିବାର ଥିଲା ଯେ ଏବେ ସବୁ ଲୋକ ନିଜର ଚାକିରିରୁ ଇସ୍ତଫା ଦେଉଛନ୍ତି , ଏଥିପାଇଁ କି ଟ୍ରାଭେଲ ବ୍ଲଗର ହୋଇ ପାରିବେ। ଆଉ ଜଣେ ୟୁଜର ଦାବି କରିଛନ୍ତି ଯେ, ଝିଅ ଥିଲେ ଏଥିପାଇଁ ଛାଡ଼ି ଦେଲି , ପୁଅ ହୋଇଥିଲେ ପୂରା ପରିବାର ଗାଳି ଦେଇଥାନ୍ତେ।