LIVE TV

OPS ସ୍ତରରେ ଅଦଳବଦଳ, ବ୍ରହ୍ମପୁର ଅତିରିକ୍ତ ଏସ୍‌ପିଙ୍କୁ ତାଳଚେର ବଦଳି

NEWS7
ops

ଭୁବନେଶ୍ୱର ୦୯।୧୦ : ଓପିଏସ୍‌ ସ୍ତରରେ ଅଦଳବଦଳ । ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି । ବ୍ରହ୍ମପୁର ଏସ୍‌ପି ସୀମା ସ୍ୱାଇଁଙ୍କୁ ବଦଳି କରାଯାଇଛି । ତାଳଚେରର ଅତିରିକ୍ତ ଏସ୍‌ପି ଭାବେ ସୀମା ସ୍ୱାଇଁଙ୍କୁ ବଦଳି କରାଯାଇଛି । ଆଲୋକ ଜେନାଙ୍କୁ ବ୍ରହ୍ମପୁରର ଅତିରିକ୍ତ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ମୋଟ ୧୯ ଜଣ ଅତିରିକ୍ତ ଏସ୍‌ପିଙ୍କୁ ବଦଳି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ​​​​​​​

ସେହିଭଳି ବରଗଡ଼ ଅତିରିକ୍ତ ଏସ୍‌ପି ଇନ୍ଦୁରେଖା ପଶ୍ଚିମକବାଟଙ୍କୁ ଢ଼େଙ୍କାନାଳ ଅତିରିକ୍ତ ଏସ୍‌ପି ଭାବେ ଦାୟିତ୍ବ ମିଳିଛି। ଏସ୍‌ଓଜି ଅତିରକ୍ତ ଏସ୍‌ପି ଅମିତ କୁମାର ପଣ୍ଡାଙ୍କୁ ବଲାଙ୍ଗିର ଏଏସ୍‌ପି(IUCAW) ଭାବେ ଦାୟିତ୍ବ ମିଳିଛି।ରାୟଗଡ଼ା ଅତିରିକ୍ତ ଏସ୍‌ପି(IUCAW) ସ୍ବସ୍ତିକ ପଣ୍ଡାଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି।ବରଗଡ଼ ଅତିରିକ୍ତ ଏସ୍‌ପି ଡିଆଇବି ସୌରଭ ଓଟ୍ଟାଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଢେଙ୍କାନାଳ ଅତିରିକ୍ତ ଏସ୍‌ପି ପ୍ରବୀଣ କୁମାର ବିଶ୍ୱାଳଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଏସ୍‌ପିଙ୍କୁ IUCAWକୁ ବଦଳି କରାଯାଇଛି । ଇଓଡବ୍ଲୁର ଅତିରିକ୍ତ ଏସ୍‌ପି ସସ୍ମିତା ସାହୁଙ୍କୁ ଭିଜିଲାନ୍ସକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ବାଲେଶ୍ୱର ଅତିରିକ୍ତ ଏସପି ଡିଆଇବି ଅଶ୍ୱିନୀ କୁମାର ନାୟକଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି । ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଅତିରିକ୍ତ ଏସ୍‌ପି ଦେବଜିତ ଭଟ୍ଟାଚାର୍ଯ୍ୟଙ୍କୁ ବାଲେଶ୍ୱର ବଦଳି କରାଯାଇଛି ।  ​​​​​​​ସେହିପରି ବାଲେଶ୍ୱର ଅତିରିକ୍ତ ଏସପି ଡିଆଇବି ଅଶ୍ୱିନୀ କୁମାର ନାୟକଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି । ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଅତିରିକ୍ତ ଏସ୍‌ପି ଦେବଜିତ ଭଟ୍ଟାଚାର୍ଯ୍ୟଙ୍କୁ ବାଲେଶ୍ୱର ବଦଳି କରାଯାଇଛି ।  ପ୍ରଦୀପ କୁମାର କ୍ଷେତ୍ରୀଙ୍କୁ ବରଗଡ଼ ବଦଳି, ବଲାଙ୍ଗିର IUCAWରେ କାର୍ଯ୍ୟରତ ଅତିରିକ୍ତ ଏସ୍‌ପି ଗୁଣନିଧି ମଲ୍ଲିକଙ୍କୁ ଓଡ଼ିଶା ପୋଲିସର ସ୍ପେଶାଲ ବ୍ରାଞ୍ଚକୁ ବଦଳି, ଅତିରିକ୍ତ ଏସପି ଆକାଶ ଚନ୍ଦ୍ର ସାହୁଙ୍କୁ ଭୁବନେଶ୍ୱର ପୋଲିସ ଏକାଡେମୀକୁ ସ୍ଥାନାନ୍ତର, କେନ୍ଦୁଝର ଅତିରିକ୍ତ ଏସପି ହରପ୍ରିୟା ନାୟକଙ୍କୁ ଭିଜିଲାନକୁ ବଦଳି, କଟକ ଅତିରିକ୍ତ ଏସ୍‌ପି (ସିଆଇଡି) ସତ୍ୟବିକାଶ ଭୂଆଁଙ୍କୁ ଭଦ୍ରକ ବଦଳି, ଭଦ୍ରକ ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀଙ୍କୁ ରାୟଗଡ଼ା ଅତିରିକ୍ତ ଏସପି ଭାବେ ଦାୟିତ୍ୱ, କନ୍ଧମାଳ ଅତିରିକ୍ତ ଏସ୍‌ପି ସ୍ନେହାସିସ ସାହୁଙ୍କୁ କେନ୍ଦୁଝରର ଅତିରିକ୍ତ ଏସ୍‌ପି ଭାବେ ବଦଳି, ସମ୍ବଲପୁର ଅତିରିକ୍ତ ଏସ୍‌ପି ପ୍ରକାଶ ଜେମ୍ସ ଟପ୍ପୋଙ୍କୁ ରାଉରକେଲା ବଦଳି କରାଯାଇଛି ।​​​

​​​​​​