LIVE TV

ପାକିସ୍ତାନର ମୁଣ୍ଡବ୍ୟଥାର କାରଣ ସାଜିଲେ ଆତଙ୍କୀ , ଏନକାଉଣ୍ଟରରେ ୧୭ ନିହତ

NEWS7
akistan security forces

ନୂଆଦିଲ୍ଲୀ – ପାକିସ୍ତାନ ପାଇଁ ଆତଙ୍କବାଦ ମୁଣ୍ଡବିନ୍ଧାର କାରଣ ସାଜିଛି। ସୁରକ୍ଷା ବାହିନୀ ଉତ୍ତର-ପଶ୍ଚିମୀ ଖୈବର ପଖତୁନଖ୍ୱା ପ୍ରଦେଶରେ ମିଳିତ ଅଭିଯାନରେ, ତେହରିକ୍-ଏ-ତାଲିବାନ ପାକିସ୍ତାନ( ଟିଟିପି)ସହ ଜଡ଼ିତ ୧୭ଜଣ ଆତଙ୍କବାଦୀଙ୍କୁ ମାରିଛନ୍ତି। ପୁଲିସ ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। ଜିଲ୍ଲା ପୁଲିସ ଅଧିକାରୀ ଶହବାଜ ଇଲାହୀ କହିଛନ୍ତି ଯେ, ଗୁପ୍ତଚର ସୂଚନା ଆଧାରରେ ଅଭିଯାନ ଶୁକ୍ରବାର ଫ୍ରଣ୍ଟିୟର କୋର ଓ ପୁଲିସ ପକ୍ଷରୁ ଚଲାଯାଇଛି। ଏହି ଅପରେସନ କରାକ ଜିଲ୍ଲାରେ ସେତେବେଳେ ଆରମ୍ଭ କରାଗଲା, ଯେତେବେଳେ ଟିଟିପିର ମୁଲ୍ଲା ନଜିର ଗ୍ରୁପ୍‌ ସହ ଜଡ଼ିତ ଆତଙ୍କବାଦୀଙ୍କ ଉପସ୍ଥିତିର ବିଶ୍ୱସନୀୟ ସୂଚନା ପ୍ରାପ୍ତ ହୋଇ ଥିଲା।  

ପୋଲିସ ଅଧିକାରୀ କହିଛନ୍ତି ଯେ, ସୁରକ୍ଷା ବାହିନୀ ସେମାନଙ୍କ ଆଡ୍ଡା ନିକଟରେ ପହଞ୍ଚିବା ମାତ୍ରେ, ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରି ଥିଲେ। ଏହାର ଜବାବରେ ମିଲିଟ୍ରି ଫୋର୍ସ କାର୍ଯ୍ୟାନୁଷ୍ଠାନ ନେଇଥିଲା ଏବଂ ୧୭ ଜଣ ଆତଙ୍କବାଦୀଙ୍କୁ ମାରି ଥିଲେ। ତାଙ୍କ କବଜାରରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଜବତ କରା କରାଯାଇଛି। ଏନକାଉଣ୍ଟରରେ ତିନି ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ନିହତ ଆତଙ୍କବାଦୀ ଅନେକ ମାମଲାରେ ୱାଣ୍ଟେଡ୍‌ ଥିଲେ। ଯେଉଁଥିରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ, ଅର୍ଥ ପାଇଁ ଅପହରଣ ଓ ଅନ୍ୟାନ୍ୟ ଗୁରୁତର ଆତଙ୍କୀ କାର୍ଯ୍ୟାକଳାପ ସାମିଲ ଅଛି।

ଏହି ମଧ୍ୟରେ, କରାକ ଜିଲ୍ଲା ପ୍ରଶାସନ ଦର୍ଶା ଖେଲ ଓ କରାକ ଜିଲ୍ଲାର ଆଖପାଖର ଗାଁରେ କର୍ଫ୍ୟୁ ଜାରି କରିଛି। ବଡ଼ ସ୍ତରରେ ତଲାସୀ ଅଭିଯାନ ଚାଲିଛି। କୁହାଯାଉଛି ଯେ, ଅନେକ ଆତଙ୍କବାଦୀ ଫେରାର ହୋଇ ଆଖପାଖର ଅଞ୍ଚଳରେ ଲୁଚି ଯାଇଛନ୍ତି। ଏହାପୂର୍ବରୁ, ଗୁରୁବାର ଖୈବର ପଖତୁନଖ୍ୱା ପ୍ରଦେଶରେ ଅଜ୍ଞାତ ବାଇକ୍‌ ଚାଳକ ଆକ୍ରମଣକାରୀ ପୁଲିସ କନଷ୍ଟେବଲଙ୍କୁ ଗୁଳି କରି ଥିଲେ। ଜିଲ୍ଲା ପୁଲିସ ଅଧିକାରୀ ସଲିମ୍‌ ଅବାସ କୁଲାଚୀ କହିଛନ୍ତି ଯେ, ଉତ୍ତରୀ ବଜିରିସ୍ତାନର ସୀମାକୁ ଲାଗି ବନ୍ନୁ ଜିଲ୍ଲାର ଦୋମେଲ ତହସିଲର ବାଚା ଖାନ ପୋଷ୍ଟରେ ଏହି ଘଟଣା ଘଟିଛି।