LIVE TV

୧୫ଟି ବିଶ୍ଵ ବିଦ୍ୟାଳୟରେ ୧୩୦୦ ଅଧ୍ୟାପକ ପଦବି ଖାଲି, କର୍ତ୍ତୃପକ୍ଷଙ୍କୁ ଜବାବ ମାଗିଲେ ହାଇକୋର୍ଟ

NEWS7
High court

ଭୁବନେଶ୍ଵର: ରାଜ୍ୟରେ ଥିବା ୧୫ଟି ବିଶ୍ଵବିଦ୍ୟାଳୟରେ ୧୩୦୦ ଅଧ୍ୟାପକ ପଦବି ଖାଲି ପଡିଛିଏନେଇ କି ପଦକ୍ଷେପ ନିଆଯାଇଛି, ତା ଉପରେ ଜବାବ ଲୋଡିଛନ୍ତି ହାଇକୋର୍ଟ। ନଭେମ୍ବର ୧୦ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆଜି ନିର୍ଦ୍ଦେଶ ହୋଇଛି। ୨୦୨୨ ମସିହାରୁ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହୋଇଯାଇଛି। ଯଦ୍ୱାରା ୧୫ ଟି ରାଜ୍ୟ ବିଶ୍ଵବିଦ୍ୟାଳୟରେ ପ୍ରାୟ ୧୩୦୦ ଅଧ୍ୟାପକ ପଦବି ଖାଲି ପଡ଼ିଛି ।

୨୦୨୫ ମସିହା ମାର୍ଚ୍ଚ ୨୧ ତାରିଖ ସୁଦ୍ଧା ପ୍ରଫେସର୍ ପଦବିରେ ୨୮୫ ଅନୁମୋଦିତ ପଦବି ଥିଲେ ମଧ୍ୟ ୨୪୨ ପଦବି ଖାଲି ପଡ଼ିଛି । ଆସୋସିଏଟ୍ ପ୍ରଫେସର୍ ପଦବିରେ ଅନୁମୋଦିତ ୫୭୮ ପଦବିରୁ ୪୩୬ ପଦବି ତଥା ଆସିଷ୍ଟାଣ୍ଟ ପ୍ରଫେସର ପଦବିରେ ଅନୁମୋଦିତ ୧୧୪୩ ରୁ ୬୫୪ ଖାଲି ପଡ଼ିଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୩୩, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୬୧ , ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ୫୮, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୯୫ , ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ୭୮ , ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ୭୬, ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୪୯ , ଶ୍ରୀଜଗନ୍ନାଥ ବିଶ୍ଵବିଦ୍ୟାଳୟରେ ୨୦ ଅଧ୍ୟାପକ ପଦବି ଖାଲି ପଡ଼ିଛି।

ସେହିପରି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ୭୮ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ୧୦୬ , ଧରଣୀଧର ବିଶ୍ଵବିଦ୍ୟାଳୟରେ ୧୦୫ , ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ୯୬ ଅଧ୍ୟାପକ ପଦବି ଖାଲି ପଡ଼ିଛି।  ଏହିଦିଗରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତଥା ବିଶ୍ଵବିଦ୍ୟାଳୟଗୁଡ଼ିକ ଆଖି ଦୃଷ୍ଟିଆ ପଦକ୍ଷେପ ନେଇ ନାହାନ୍ତି। ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା। ଏହା ଉପରେ ଆଜି ଶୁଣାଣି କରି ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଜବାବ ଲୋଡ଼ିଛନ୍ତି ହାଇକୋର୍ଟ। ନଭେମ୍ବର ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ​​​​​​​