ଏମିତି ଚାଲିଛି ରାଜ୍ୟରେ ଚେକିଂ... ଅଟୋକୁ ପଡିଛି ହେଲ୍‌ମେଟ୍‌ ଫାଇନ୍

NEWS7
11-women-gave-birth-at-hospital-for-pilgrims-one-baby-boy-named-kumbh

ଭଦ୍ରକ ୧୯।୦୧ : ବିନା ହେଲ୍‌ମେଟ୍‌ରେ ବାଇକ ଚାଳକକୁ ଫାଇନ ଲାଗିଥାଏ । ହେଲେ କେବେ ଶୁଣିଛନ୍ତି କି ବିନା ହେଲ୍‌ମେଟ୍‌ରେ ଅଟୋ ଡ୍ରାଇଭରଙ୍କୁ ଫାଇନ ଲାଗିବ । ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରୁ ଆସିଛି ଏମିତି ସଙ୍ଗୀନ ଅଭିଯୋଗ।

ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳର ଜଣେ ଅଟୋ ଡ୍ରାଇଭରଙ୍କୁ ଫାଇନ ଆସିଛି। ଭଦ୍ରକ ଜିଲ୍ଲା ବାଇଦାପୋଖରୀ ନିକଟରେ ଚାଲାଣ କରିଥିବାର ମେସେଜ୍‌ ଆସିଛି ।  ବିନା ହେଲ୍‌ମେଟ୍‌ରେ ଅଟୋ ଡ୍ରାଇଭିଂ କରୁଥିବା ନେଇ ଚାଲାଣ ଆସିଛି । ଅଟୋ ଚାଳକ ରାମକୃଷ୍ଣ ନାଥଙ୍କ ଅଟୋ ନାଁରେ ଏକ ହଜାର ଟଙ୍କାର ଚାଲାଣ ଆସିଛି। ଘଟଣାଟି ସାମ୍ନାକୁ ଆସିବା ପରେ ସେ ନିଜ ଗାଡ଼ି ନମ୍ବରର ପ୍ରଦୂଷଣ ଯାଞ୍ଚ କରିବାକୁ ଯାଇଥିଲେ । ସେହି ସମୟରେ ଏକ ହଜାର ଟଙ୍କାର ବକେୟା ଫାଇନ ଥିବାର ଜଣାପଡିଥିଲା । ତାହା ଗାଡ଼ିର କାଗଜପତ୍ର କିମ୍ବା ପଲ୍ୟୁସନ ପାଇଁ ନୁହେଁ ବରଂ ହେଲମେଟ ନପିନ୍ଧିଥିବାରୁ ଫାଇନ କଟାଯାଇଛି ବୋଲି ଦର୍ଶାଯାଇଛି ।  

ତେବେ ମୋଟର ଯାନ ଅଧିନିୟନ ଅନୁସାରେ, କେବଳ ଦୁଇ ଚକିଆ ଯାନ ପାଇଁ ହେଲମେଟ ବାଧ୍ୟତାମୂଳକ ।କିନ୍ତୁ ତିନି ଚକିଆ ଅଟୋ ପାଇଁ ହେଲମେଟ ଚାଲାଣ କଟିବାରୁ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।ଏହି ଚାଲାଣ ଆଜିର ନୁହେଁ ବରଂ ୧୭ ନଭେମ୍ବର ୨୦୨୧ ମସିହାର ବୋଲି ଜଣାପଡିଛି । ଗାଡ଼ିଟି ଏକ ମାଲ୍‌ ବୋଝେଇ ଅଟୋ ହୋଇଥିଲେ ମଧ୍ୟ ଚାଲାଣରେ ଥ୍ରୀ-ହ୍ୱିଲର ପାସେଞ୍ଜର ଅଟୋ ବୋଲି ଦର୍ଶାଯାଇଛି । ସବୁଠୁ ବଡ଼ କଥା ହେଲା ୨୦୨୧ ମସିହାର ତ୍ରୁଟି ପାଇଁ ୨୦୨୬ ମସିହାରେ ରାମକୃଷ୍ଣ ହଇରାଣ ହେଉଛନ୍ତି । ପୋଲିସର ଏକ ଭୁଲ୍‌ ପାଇଁ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ୍‌ ଅଟକି ରହିଛି ।