LIVE TV

RSSର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ପ୍ରଧାନମନ୍ତ୍ରୀ ମୋଦି, ଉନ୍ମୋଚନ କରିବେ ସ୍ମାରକୀ ଡାକଟିକେଟ୍

NEWS7
RSS

ନୂଆଦିଲ୍ଲୀ ୦୧/୦୯: ୧୯୨୫ ମସିହାରେ ଡକ୍ଟର କେଶବ ବଳିରାମ ହେଡଗେୱାରଙ୍କ ଦ୍ବାରା ମହାରାଷ୍ଟ୍ରରେ ନାଗପୁରରେ ପ୍ରତିଷ୍ଠା ହୋଇଥିଲା RSS ବା ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ । ବୁଧବାର ଶହେ ବର୍ଷ ପୂରଣ କରିଛି RSS । ଏହି ଅବସରରେ  ନୂଆଦିଲ୍ଲୀରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ RSSର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ପ୍ରତି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ଅବଦାନ କେତେ ସେ ନେଇ ଏକ ସ୍ବତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ସ୍ମାରକୀ ଡାକଟିକେଟ ଓ ମୁଦ୍ରା ଉନ୍ତୋଚନ କରିବେ । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦି ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି RSSର ଐତିହ୍ୟ,ସାଂସ୍କୃତିକ ଅବଦାନ ସଂପର୍କରେ ବିଶେଷ ସୂଚନା ଦେବେ । ​​​​​​​