ଲିଫ୍ଟ ବାହାନାରେ ଯୁବକଙ୍କୁ ଘରକୁ ନେଇ ଅଶ୍ଲୀଳ ଭିଡିଓ କଲେ ଯୁବତୀ ଓ ସାଥୀ, ଥାନାରେ ଏତଲା

Published By : Prameya-News7 Bureau | June 24, 2019 IST

ହୋସିଆରପୁର :  ହିମାଚଳପ୍ରଦେଶ ହୋସିଆରପୁର ଘଟିଛି ଅଭାବନୀୟ ଘଟଣା। ଜନୈକ ଯୁବକଙ୍କୁ ରାସ୍ତାରୁ ଘରକୁ ନେଇ ଅଶ୍ଲୀଳ ଭିଡିଓ କରିଛନ୍ତି ଯୁବତୀ। ଭିଡିଓ ଭାଇରାଲ କରିବା ଧମକ ଦେଇ ଯୁବକଙ୍କଠାରୁ  ଯୁବତୀ ଓ ତାଙ୍କ ସାଥୀମାନେ ୫ଲକ୍ଷ ଟଙ୍କା ଦାବି କରି ଶେଷରେ ୩୦ ହଜାର ଟଙ୍କା ନେଇ ଯୁବକଙ୍କୁ ମୁକ୍ତ କରିଛନ୍ତି। ଘଟଣା ନେଇ ଯୁବକ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

{"id":126782}

ପ୍ରାୟତଃ ନାବାଳିକା, ଯୁବତୀ ଓ ମହିଳାଙ୍କ ପ୍ରତି ନିର୍ଜାତନା ନେଇ ଅଭିଯୋଗ ହେଉଛି। ତେବେ ହିମାଚଳ ପ୍ରଦେଶ ହୋସିଆରପୁରରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାସ୍ତାରେ ଅସୁସ୍ଥତାର ବାହାନା କରି ଜନୈକା ଯୁବତୀ ଏକ ମୋଟର ସାଇକେଲକୁ ଅଟକାଇ ଳିଫ୍ଟ ମାଗି ଘର ପର୍ଯ୍ୟନ୍ତ ଯିବା ପରେ ଭଦ୍ରାମୀ ଦୃଷ୍ଟିରୁ ଯୁବକଙ୍କୁ ସତ୍କାର ନିମନ୍ତେ ଘରକୁ ଡାକି ନେଇଥିଲେ। ଏଥିରେ ଯୁବକ ତାଙ୍କ ଘରକୁ ଯିବାପରେ ତାଙ୍କ ସହ ଯାହା ଘଟିଛି ତାହା ଅବର୍ଣ୍ଣନିୟ।

{"id":126783,"width":577,"height":384}

ଘରେ ଯୁବତୀ ଓ ତାଙ୍କ ସାଥୀମାନେ ମିଶି ଯୁବକଙ୍କ ପ୍ରତି ଅଶ୍ଳୀଳ ବ୍ୟବହାର କରିଥିଲେ। ଯୁବକ ଏହାର ପ୍ରତିବାଦ କରିବାରୁ ଯୁବତୀମାନେ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଏଣୁ ଯୁବତୀମାନଙ୍କ କଥାରେ ଯୁବକ ସେମାନଙ୍କ ଇଛା ପୁରଣ କରିବାରୁ ତାର ଭିଡିଓ ପ୍ରସ୍ତୁତ କରିଥିଲେ। ପରେ ତାଙ୍କୁ ୫ଲକ୍ଷ ଟଙ୍କା ନ ଦେଲେ ଭିଡିଓ ଭାଇରାଲ କରିଦିଆଯିବ ବୋଲି ଧମକ୍ ଦେଇଥିଲେ। ତେବେ ଶେଷରେ ଯୁବକ କାକୁତି ମିନତି ହୋଇ ୩୦ ହଜାର ଟଙ୍କା ଦେବା ପରେ ରାତିରେ ଯୁବତୀମାନେ ତାଙ୍କୁ ମୁକ୍ତକରିଥିଲେ।

{"id":126784}

ଏ ନେଇ ପୀଡିତ ଯୁବକ ଗଡଶଙ୍କର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲାର ତଦନ୍ତ କରି ୨ ଜଣ ମହିଳା ଓ ୩ ଜଣ ପୁରୁଷଙ୍କ ବିରୋଧରେ ଏତଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କର ଚିହ୍ନଟ ହୋଇଛି ସେମାନେ ହେଲେ ରେଣୁ ବାଳା ତାଙ୍କ ସାଙ୍ଗ ମନିଷା, ରେଣୁଙ୍କ ଭାଇ ରୋହିତ, ରେଣୁଙ୍କ ପିତା ଜଗତାର ଓ ମନିଷାଙ୍କ ସ୍ୱାମୀ ଲକି। ପୋଲିସ ସମସ୍ତଙ୍କୁ ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରିଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.