କୋଲାବିରା ସମାବେଶରେ ବିଧାୟିକାଙ୍କ ଦୃଢୋକ୍ତି, କହିଲେ ଏଥର ବି ବାଜିବ ଡବଲ ଶଙ୍ଖ

Published By : Prameya-News7 Bureau | April 26, 2024 IST

ଝାରସୁଗୁଡା ୨୬/୦୪: ଏଥର ବି ସାଧାରଣ ନିର୍ବାଚନରେ ବାଜିବ ଡବଲ ଶଙ୍ଖ । କହିଛନ୍ତି ଏତେ ଜୋରରେ ବାଜିବ ଯେ ଦିଲ୍ଲୀ ଦୋହଲିବ l ମା ମାନଙ୍କ ଆଶୀର୍ବାଦ, ରାଜ୍ୟବାସୀଙ୍କ ଭଲ ପାଇବା ଏବଂ ବିପୁଳ ସମର୍ଥନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି l ତେଣୁ ଚଳିତ ସାଧାରଣ ନିର୍ବାଚନରେ ଜନ ସାଧାରଣଙ୍କ ଆଶୀର୍ବାଦରେ ଡବଲ ଶଙ୍ଖ ବାଜିବ ଏବଂ ଦିଲ୍ଲୀ ଦୋହଳିବ ବୋଲି କୋଲାବିରାରେ ଆୟୋଜିତ ମହିଳା ସମାବେଶରେ କହିଛନ୍ତି ଦୀପାଳି ଦାସ l ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ କୋଲାବିରା ଠାରେ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ଏହି ମହିଳା ସମାବେଶରେ ବରଗଡ ବିଜେଡି ଲୋକସଭା ପ୍ରାର୍ଥୀ ପରିନିତା ମିଶ୍ର, ଝାରସୁଗୁଡା ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସ ଏବଂ ବିଜୁ ଜନତା ଦଳର ବରିଷ୍ଠ କର୍ମୀମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଏବଂ ନାରୀ ସଶକ୍ତି କରଣର ବିଭିନ୍ନ କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଆଗେଇ ନେବା ପାଇଁ ଲୋକେ ଶଙ୍ଖ ଚିହ୍ନରେ ବିପୁଳ ପରିମାଣର ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ସମସ୍ତ ଯୋଦ୍ଧାଙ୍କୁ ବିଜୟୀ କରିବାକୁ ଦୀପାଳି ଏବଂ ପରିନିତା ଅନୁରୋଧ କରିଛନ୍ତି l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.