ସୈତାନ ସାଜିଲା ଦେଢଶୂର, ଭାଇବୋହୂ ଏବଂ ପୁତୁରାକୁ କୁରାଢୀରେ ହାଣିଲା

Published By : Prameya-News7 Bureau | April 26, 2024 IST

Breaking_1

କୁଚିଣ୍ଡା ୨୬।୦୪ : ସମ୍ବଲପୁର ଗୋବିନ୍ଦପୁର ଥାନା ଗରପୋଷ ଫାଣ୍ଡି ଦଲକିବାହାଲ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ନିଜ ଭାଇ ବୋହୂ ଏବଂ ଏକ ବର୍ଷର ପୁତୁରାକୁ ମରିବାକୁ ବି ପଛାଇଲାନି ଦେଢଶୂର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । 

ଖବର ଅନୁଯାୟୀ, ଦଲକିବାହାଲ ଗାଁରେ କୌଣସି କଥାକୁ ନେଇ ଲୋଚନ ପିଙ୍ଗ ନିଜର ଭାଇବୋହୂ ପୂର୍ଣ୍ଣିମା ପିଙ୍ଗ ଏବଂ ଏକବର୍ଷର ପୁତୁରା ୟେଂଶୁକୁ କୁରାଢୀରେ ହାଣି ହତ୍ୟା କରିଛନ୍ତି । ଏବେ ଯାଏଁ ହତ୍ୟାର କୌଣସି କାରଣ ଜଣାପଡିନଥିବା ବେଳେ ଅଭିଯୁକ୍ତ ଦେଢଶୂର ଫେରାର ମାରିଛନ୍ତି। 

ସେପଟେ ହତ୍ୟାକାଣ୍ଡ ସଂପର୍କରେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ଯୋଗାଡ କରୁଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ । ଏହାସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଆଉ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରୁଛି । 

 

  • sambalpur
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.