ଫସିଲେ ତମନ୍ନା ଭାଟ୍ଟିଆ, ବେଆଇନ୍ ଭାବେ IPL ଷ୍ଟ୍ରିମିଂ କରିବା ଅଭିଯୋଗରରେ ମହାରାଷ୍ଟ୍ର ସାଇବର ସେଲ୍ ର ସମନ୍

Published By : Prameya-News7 Bureau | April 25, 2024 IST

 ମୁମ୍ବାଇ25/04 :  ମହାରାଷ୍ଟ୍ର ସାଇବର ବିଭାଗ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ କରିଛି। ମହାଦେବ ଅନଲାଇନ୍ ଗେମିଂ ଏବଂ ବେଟିଂ ଆପ୍ଲିକେସନ ସହାୟକ କମ୍ପାନି ଫେୟାର୍‌ ପ୍ଲେ ଆପ୍‌ରେ ଆଇପିଏଲ ୨୦୨୩ ସଂସ୍କରଣର ବେଆଇନ ପ୍ରସାରଣ ମାମଲାରେ ମହାରାଷ୍ଟ୍ର ସାଇବର ବିଭାଗ ଅଭିନେତ୍ରୀ ତମନ୍ନାଙ୍କୁ ସମନ କରିଛି। 

ସୂଚନାନୁସାରେ ତମନ୍ନାଙ୍କୁ  29ତାରିଖରେ ମହାରାଷ୍ଟ୍ର ସାଇବର ସେଲ୍ ଜାଞ୍ଚ୍ ଅଧିକାରୀଙ୍କ ଆଗରେ ହାଜର ହେବାକୁ କୁହାଯାଇଛି।   ଏହାପୂର୍ବରୁ ଉକ୍ତ ମାମଲାରେ ରାପର ତଥା ଗାୟକ ବାଦଶାହାଙ୍କୁ ପଚରାଉଚରା କରାଯାଇଥିଲା। ଏହି ସପ୍ତାହରେ ଅଭିନେତା ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଡକାଯାଇଥିଲା, କିନ୍ତୁ ସେ ବିଭାଗ ନିକଟରେ ହାଜର ହେବାକୁ ସମୟ ମାଗିଛନ୍ତି। କାରମ ସଞ୍ଜୟ ଦତ୍ତ କିଛି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ମୁମ୍ବାଇରୁ ବାହାରେ ଅଛନ୍ତି। ସେଥିପାଇଁ ସେ ହାଜର ହୋଇପାରିବେନି।  

 

ଅନେକ ସେଲିବ୍ରିଟି ଆଇପିଏଲ୍ ଦେଖିବାକୁ ଫେୟାରପ୍ଲେ ଆପକୁ ପ୍ରୋତ୍ସାହିତ କରିଥିଲେ । ଯାହା ସରକାରୀ ପ୍ରସାରଣକାରୀଙ୍କ ପାଇଁ ବହୁ କ୍ଷତି ଘଟାଇଛି। ମହାରାଷ୍ଟ୍ର ସାଇବର ସେଲ୍ ଭାୟାକମ୍ ଅଭିଯୋଗରେ ଫେୟାରପ୍ଲେ ଆପ୍ ବିରୋଧରେ ଏକ ଏଫ୍ଆଇଆର୍ ଦିଆଯାଇଛି। ଏହି ଘଟଣାର ଅଧିକ ତଦନ୍ତ ପାଇଁ ଭାଟିଆକୁ ପଚରାଉଚରା ପାଇଁ ଡକାଯାଇଛି।  ସାଇବର ପୋଲିସ ତମନ୍ନାଙ୍କଠୁ ବୁଝିବାକୁ  ଚାହୁଁଛି ଯେ ଫେୟାର ପ୍ଲେକୁ ପ୍ରୋତ୍ସାହିତ କରିବା ପାଇଁ କିଏ ତାଙ୍କୁ  ଯୋଗାଯୋଗ କରିଥିଲେ। ସେ ଏମିତି କେମିତି  କରିଥିଲେ ଏବଂ ଏଥିପାଇଁ ତାଙ୍କୁ କେତେ ଟଙ୍କା ମିଳିଥିଲା। ଏହି  ଘଟଣାରେ ରାପର୍ ବାଦାଶାହଙ୍କ ପ୍ରତିକ୍ରିୟା ରେକର୍ଡ କରାଯାଇଛି। 

Also Read- ଚର୍ଚ୍ଚାରେ ସଂଜୟ ଲୀଲା ଭଂସାଲୀଙ୍କ 'ହୀରମଣ୍ଡି' ସେଟ୍, ନିର୍ମାଣରେ ଲାଗିଥିଲେ ୭୦୦କାରିଗର

ଗତବର୍ଷ ସେପ୍ଟେମ୍ବର  ମାସରେ, ଭିୟାକମ୍‌୧୮ର ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗରେ ଦର୍ଶାଯାଇଛି ଯେ ବେଟିଂ ଆପ୍ ଫେୟାର ପ୍ଲେ ପ୍ଲାଟଫର୍ମ ଆଇପିଏଲ୍ ମ୍ୟାଚକୁ  ବେଆଇନ ଭାବରେ ଷ୍ଟ୍ରିମିଂ କରୁଛି, ଯାହା ଦ୍ୱାରା ଭିୟାକମ୍‌ ୧୮କୁ ୧୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ିଛି। ଏଫ୍ଆଇଆର୍ ପରେ ବାଦଶାହ, ସଞ୍ଜୟ ଦତ୍ତ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ସମେତ ଅନେକ ତାରକାଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା। ଡିସେମ୍ବର ୨୦୨୩ରେ ବେଟିଂ ଆପର ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।

ଏହାସହ ପୋଲିସ୍ ଏହି ମାମଲାର ତଦନ୍ତ କରି ଜାଣିବାକୁ ପାଇଲା ଯେ, ଫେୟର ପ୍ଲେ ଭିନ୍ନ ଭିନ୍ନ କମ୍ପାନୀ ଆକାଉଣ୍ଟରୁ କଳାକାରଙ୍କୁ ପଠାନ୍ତି ଟଙ୍କା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.