ଫେରି ବାହାନାରେ କରୁଥିଲେ ବ୍ରାଉନସୁଗାର କାରବାର, କୋଟିଏ ଟଙ୍କାର ଧଳାଜହର ଜବତ

Published By : Prameya-News7 Bureau | April 23, 2024 IST

ଭୁବନେଶ୍ୱର ୨୩।୦୪ : କ୍ରାଇମବ୍ରାଞ୍ଚକୁ ସଫଳତା । କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ପଞ୍ଝାରେ ବ୍ରାଉନ୍‌ ସୁଗାର ବେପାରୀ । ସେମାନଙ୍କ ନିକଟରୁ ପ୍ରାୟ କୋଟିଏ ଟଙ୍କାର ଧଳାଜହର ଜବତ ହୋଇଛି । ଏହାସହିତ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । 

ଖବର ଅନୁଯାୟୀ, ମୁର୍ଶିଦାବାଦରୁ ଆସି ଅନୁଗୋଳରେ ଚଳାଉଥିଲେ ବେପାର । କେତେବେଳେ ଫେରିବାଲା ତ ଆଉ କେତେବେଳେ ମାଛ ବେପାର କରୁଥିଲେ । ଫେରି ବାହାନାରେ ମୁଖ୍ୟ ବେପାର ଥିଲା ବ୍ରାଉନ୍‌ସୁାଗର । ଏନେଇ କ୍ରାଇମବ୍ରାଞ୍ଚ ନିକଟରେ ସୂଚନା ମିଳିଥିଲା । ଯାହାପରେ ଅନୁଗୋଳର ସେହି ସ୍ଥାନରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ଆଉ ଏହି ଚଢାଉରେ କୋଟିଏ ଟଙ୍କାର ବ୍ରାଉନସୁଗାର ମଧ୍ୟ ଜବତ ହୋଇଛି । ମୁର୍ଶିଦାବାଦର ରକି ସହିତ ତାର ଜଣେ ସହଯୋଗୀକୁ ଗିରଫ ମଧ୍ୟ କରିଛି ଏସ୍‌ଟିଏଫ୍‌ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.