ଶାହାଙ୍କ ପରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

Published By : Prameya-News7 Bureau | April 26, 2024 IST

ଭୁବନେଶ୍ୱର ୨୬।୦୪ : ନିର୍ବାଚନୀ କସରତ । ଏହିକ୍ରମରେ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି । 

ଖବର ଅନୁଯାୟୀ, ଶାହାଙ୍କ ପରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତା ୨୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏହି ଅବସରରେ ବ୍ରହ୍ମପୁରରେ ଏକ ସାଧାରଣ ସଭା ଯୋଗଦେବେ । ଏହାସହିତ ନବରଙ୍ଗପୁରରେ କର୍ମକର୍ତ୍ତାଙ୍କ ସହ ଏକ ବୈଠକ କରିବେ । ଯେଉଁଠାରେ ଆଗାମୀ ନିର୍ବାଚନ ନେଇ ଦଳୀୟ କର୍ମୀଙ୍କ ଗୁରୁମନ୍ତ୍ର ଦେବେ। 

ସୂଚନାଯୋଗ୍ୟ ଯେ, ୨୫ ତାରିଖ ଦିନ ସୋନପୁର ଗସ୍ତରେ ଆସିଥିଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସୋନପୁରରେ ଆୟୋଜିତ ଏକ ସଭାକୁ ସମ୍ବୋଧନ କରିଥିଲେ । ଏହି ସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଆଉ କହିଥିଲେ କି, ଏଥର ରାଜ୍ୟରେ ବିଜେପି ସରକାର ଆସିବ । ତେଣୁ ଆପଣମାନେ ବିଜେପିକୁ ଭୋଟ ଦିଅନ୍ତୁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.