ବାଲିଗୁଡାରୁ ୪ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର

Published By : Prameya-News7 Bureau | April 23, 2024 IST

କନ୍ଧମାଳ୨୩/୪: ବାଲିଗୁଡା ପୋଲିସକୁ ବଡ ସଫଳତା । ଗଦ୍ରଙ୍ଗିଆ ଘାଟି ନିକଟ ଇର୍ପିଗୁଡା ଜଙ୍ଗଲରୁ ୪କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ସହ ୫ଟି ଦେଶୀ ବନ୍ଧୁକ ଜବତ । ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖାଯାଇଥିବା ନେଇ ଖବର ପାଇବା ପରେ ଅଚାନକ ରେଡ କରିଥିଲା ପୋଲିସ ।ପୋଲିସ ଆସୁଥିବାର ଆଗୁଆ ସୂଚନା ପାଇ ମାଫିଆମାନେ ଫେରାର ହୋଇଯାଇଥିବାରୁ କାହାକୁ ଧରିପାରିନି ପୋଲିସ । 

ଖୁବ ଶୀଘ୍ର ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯିବା ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ବାଲିଗୁଡା ଏସଡିପିଓ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶରେ ବାଲିଗୁଡ଼ା ଅଞ୍ଚଳରେ ପୋଲିସ୍ ପେଟ୍ରୋଲିଂ କଡାକଡି କରାଯାଇଛି । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.