ବିଗ୍‌ ବଜେଟ୍‌ ଫିଲ୍ମ; ସୁପରଷ୍ଟାର୍ ଥିଲେ ବି, ଫିଲ୍ମ ହୋଇପାରିନି ହିଟ୍‌

Published By : Prameya-News7 Bureau | April 26, 2024 IST

   ନୂଆଦିଲ୍ଲୀ ୨୬।୦୪: ବଲିଉଡ୍‌ ହେଉ କି ଟଲିଉଡ୍‌ । ଫିଲ୍ମରେ ନଜର ଆସନ୍ତି ବଡ ବଡ ସୁପରଷ୍ଟାର । ଯେଉଁମାନଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍ ଯୋଗୁଁ ଫିଲ୍ମ ହୋଇଥାଏ ହିଟ୍ । କିନ୍ତୁ ଏପରି କିଛି ଫିଲ୍ମ ରହିଛି, ଯାହା ବିଗ୍‌ ବଜେଟ୍‌ରେ ତିଆରି ହୋଇଛି ସତ କିନ୍ତୁ ଦର୍ଶକଙ୍କୁ ଆସିନି ପସନ୍ଦ । ଯେଉଁଥିପାଇଁ ଫିଲ୍ମ ଗୁଡିକ ହୋଇଛି ସୁପର୍‌ ଫ୍ଲପ୍‌ । 

ଲିଷ୍ଟର ପ୍ରଥମରେ ଅଛି ବିଗତ ବର୍ଷ ରିଲିଜ୍‌ ହୋଇଥିବା ଫିଲ୍ମ 'ଆଦିପୁରୁଷ' । ୨୦୨୩ର ବିଗ୍‌ ବଜେଟ୍‌ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସାଉଥ୍‌ ଷ୍ଟାର୍‌ ପ୍ରଭାସ । ଫିଲ୍ମଟିର ବଜେଟ୍‌ ରହିଥିଲା ୬୦୦କୋଟି । କିନ୍ତୁ ଫିଲ୍ମଟି ୩୫୦ କୋଟି ଟଙ୍କା ରୋଜଗାର କରିବାରେ ମଧ୍ୟ ସକ୍ଷମ ହୋଇନଥିଲା।

ଏହା ପଛକୁ ରହିଛି ହ୍ରିତିକ୍‌ ରୋସନ୍‌ଙ୍କ ମହେନଞ୍ଜୋଦାରୋ । ଫିଲ୍ମରେ ହ୍ରିତିକ୍‌ ସହ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ ପୂଜା ହେଗଡେ । ଏହି ଫିଲ୍ମ ୨୦୧୬ରେ ମୁକ୍ତିଲାଭ କରିଥିଲା । ଫିଲ୍ମର ବଜେଟ୍ ରହିଥିଲା ପ୍ରାୟ ୧୧୫ କୋଟି ଟଙ୍କା । କିନ୍ତୁ ଏତେ ଖର୍ଚ୍ଚ ପରେ ବି ଫିଲ୍ମଟି ଫ୍ଲପ୍‌ ହୋଇଥିଲା । 

୨୦୦୯ରେ ଆସିଥିଲା ଅକ୍ଷୟ କୁମାରଙ୍କ ଫିଲ୍ମ ବ୍ଲୁ । ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। କୁହାଯାଏ କି ଫିଲ୍ମଟି ୮୦ କୋଟିରେ ନିର୍ମାଣ  ହୋଇଥିଲା । କିନ୍ତୁ ବକ୍ସ ଅଫିସରେ କରିଥିଲା ଖରାପ ପ୍ରଦର୍ଶନ ।  

୨୦୦୦ ମସିହାରେ ମୁକ୍ତିଲାଭ କରିଥିଲା ଅଜୟ ଦେବଗନଙ୍କ ଫିଲ୍ମ 'ରାଜୁ ଚାଚା' । କାଜୋଲ ଫିଲ୍ମରେ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ । କିନ୍ତୁ ଫିଲ୍ମରେ ଷ୍ଟାର୍‌ କଳାକାର ଥିବା ସତ୍ତ୍ବେ ଦର୍ଶକଙ୍କୁ ଆକୃଷ୍ଟ କରିନପାରି ହୋଇଥିଲା ଫ୍ଲପ୍‌ । ଖବର ଅନୁଯାୟୀ ଏହି ଫିଲ୍ମର ବଜେଟ୍ ୨୫ କୋଟି ଟଙ୍କା ରହିଥିଲା। 

ଏହି ଲିଷ୍ଟରେ ଶାହାରୁଖ ଖାନ ମଧ୍ୟ ସାମିଲ ଅଛନ୍ତି । ୧୯୯୫ରେ 'ତ୍ରିମୂର୍ତ୍ତି' ଫିଲ୍ମ ଆସିଥିଲା । ଏଥିରେ  ଶାହାରୁଖଙ୍କ ବ୍ୟତୀତ ଜ୍ୟାକି ଶ୍ରଫ ଏବଂ ଅନିଲ କପୁର ମଧ୍ୟ ରହିଥିଲେ । ଫିଲ୍ମରେ ୩ଜଣ ସୁପରଷ୍ଟାର ରହିଥିଲେ ମଧ୍ୟ ଫିଲ୍ମଟି ହିଟ୍‌ ହୋଇପାରିନଥିଲା । ରିପୋର୍ଟ ଅନୁଯାୟୀ ୧୧ କୋଟିରେ ତିଆରି ହୋଇଥିଲା ଏହି ଫିଲ୍ମ । 

ଏହି ଲିଷ୍ଟରେ ଅମିତାଭ ବଚ୍ଚନ, ଅମୃତା ସିଂ ଏବଂ ମୀନାକ୍ଷୀ ଶେଶାଦ୍ରୀଙ୍କ ଫିଲ୍ମ 'ଅଜୁବା' ମଧ୍ୟ ରହିଛି । ଫିଲ୍ମଟି ୧୯୯୦ରେ ମୁକ୍ତିଲାଭ କରିଥିଲା । ସେତେବେଳ ସମୟରେ ଫିଲ୍ମର ବଜେଟ୍ ରହିଥିଲା ୭ କୋଟି । ବିଗ୍‌ ବଜେଟ୍‌ର ଏହି ଫିଲ୍ମଟ ଦର୍ଶକଙ୍କୁ କରିପାରିନଥିଲା ଆକୃଷ୍ଟ ।  ତେବେ ଏପରି ଆହୁରି ଅନେକ ଫିଲ୍ମ ରହିଛି ଯାହା ଏହି ଲିଷ୍ଟରେ ଆଡ୍‌ ହୋଇପାରିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.