କାର୍‌ରୁ ଧରାପଡିଲା ୩୦ ଲକ୍ଷ ଟଙ୍କା, ଦୁଇ ବ୍ୟବସାୟୀ ଅଟକ

Published By : Prameya-News7 Bureau | April 24, 2024 IST

ମାଲକାନଗିରି ୨୪।୦୪ : ମାଲକାନଗିରିରୁ ଧରାପଡିଲା ୩୦ ଲକ୍ଷ ଟଙ୍କା । ସାରା ଦେଶରେ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧା ଲାଗୁ କରିଥିବା ବେଳେ ଜିଲ୍ଲାରୁ ଧରାପଡିଛି ୩୦ ଲକ୍ଷ ଟଙ୍କା । ହେଲେ  ଏହି ଟଙ୍କା କୌଣସି ନିର୍ବାଚନୀ ପ୍ରଚାର ଲାଗି ନିଆ ଯାଉଥିଲା କି ନାହିଁ । ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । 

ଖବର ଅନୁଯାୟୀ ମାଲକାନଗିରି ଜିଲ୍ଲାର ଦୁଇ ଜଣ ପ୍ରତିଷ୍ଠିତ ବ୍ୟବସାୟୀ ହେମନ୍ତ ପଟ୍ଟନାୟକ ଓ ପାଲ୍ ସ୍ୱାମୀ ୩୦ ଲକ୍ଷ ଟଙ୍କା ନେଇ ମାଲକାନଗିରିରୁ ସୁକୁମା ରାସ୍ତାରେ ଯାଉଥିଲେ । ଏହି ସମୟରେ ଚାଲାଣଗୁଡା ପୋଲିସ ଚେକ୍ ପୋଷ୍ଟରେ ଫ୍ଲାଇଇଂ ସ୍କ୍ୱାର୍ଡ ଏହାକୁ ଜବତ କରିଥିଲା । ପରେ ୩୦ ଲକ୍ଷ ଟଙ୍କା ସହ ଦୁଇ ଜଣଙ୍କୁ ମାଲକାନଗିରି ଆଦର୍ଶ ଥାନା ପୋଲିସ ନିକଟରେ ହସ୍ତାନ୍ତର କରାଯାଇଛି । ତେବେ ଏତେ ବଡ ସଂଖ୍ୟକ ନଗଦ ଟଙ୍କା ନେଇ ଦୁଇ ଜଣ ବ୍ୟକ୍ତି କୁଆଡେ ଯାଉଥିଲେ । ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆୟକର ବିଭାଗକୁ ଏହାର ଛାନ୍‌ଭିନ୍‌ କରିବା ଲାଗି ଉପ- ଜିଲ୍ଲାପାଳ ଜଣାଇଛନ୍ତି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.