LIVE TV

ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜେଲେନସ୍କିଙ୍କ ବଡ଼ ବୟାନ, କହିଲେ- ରାଷ୍ଟ୍ରପତି ପଦ ଛାଡିବାକୁ ମୁଁ ପ୍ରସ୍ତୁତ

NEWS7
zelensky

କିଭ ୨୫।୯:  ଋଷିଆ ସହିତ ଜାରି ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମୀର ଜେଲେନସ୍କି ଐତିହାସିକ ବୟାନ ଦେଇଛନ୍ତି। ସେ କହିଛନ୍ତି ଋଷିଆ ସହିତ ଯୁଦ୍ଧ ସମାପ୍ତ ହେବାପରେ ସେ ରାଷ୍ଟ୍ରପତି ପଦ ଛାଡିବାକୁ ପ୍ରସ୍ତୁତ। ଏକ୍ସିୟୋସ ନ୍ୟୁଜ୍ ୱେବସାଇଟ ସହ କଥାବାର୍ତ୍ତାରେ ଜେଲେନସ୍କି ସ୍ପଷ୍ଟ ଭାବେ କହିଛନ୍ତି ଯେ ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ ରାଷ୍ଟ୍ରପତି ପଦରେ ରହିବା ନୁହେଁ ବରଂ ଯୁଦ୍ଧକୁ ସମାପ୍ତ କରିବା।ସେ କହିଛନ୍ତି ଯେ ଯୁଦ୍ଧ ସମାପ୍ତ ହେବା ପରେ ପଦ ଛାଡିବାକୁ ମୁଁ ପ୍ରସ୍ତୁତ।

ଏହି କଥା ୩ ବର୍ଷରୁ ଅଧିକକାଳ ଧରି ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ଆସିଛି, ଯାହା ସାରା ବିଶ୍ୱରେ ସୁରକ୍ଷା ଓ ରାଜନୈତିକ ଦୃଷ୍ଟିକୋଣରୁ ଚିନ୍ତାର ବିଷୟ ହୋଇ ରହିଛି। ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନା କେବଳ ଦୁଇ ଦେଶଙ୍କ ରାଜନୀତିକୁ ପ୍ରଭାବିତ କରିଛି ବରଂ ବୈଶ୍ୱିକ ସ୍ତରରେ ଏହି ଯୁଦ୍ଧର ଗୁରୁତର ପ୍ରଭାବ ପଡିଛି। ଏହି କଠିନ ସମୟରେ ଜେଲେନସ୍କି କହିଛନ୍ତି ଯେ ଦେଶକୁ ସ୍ଥିର ଓ ସୁରକ୍ଷିତ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ।

ଆଲୋଚନାରେ ୟୁକ୍ରେନ ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ଯୁଦ୍ଧ ସମାପ୍ତ ହେବା ପରେ କ୍ଷମତା ହସ୍ତାନ୍ତରଣ ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ପରିସ୍ଥିତି ଉପରେ ନିର୍ଭର କରିବ। ତେବେ ତାଙ୍କ ପ୍ରାଥମିକତା ଦେଶର ସୁରକ୍ଷା, ନାଗରିକଙ୍କ ରକ୍ଷା ଓ ଅନ୍ତର୍ଜାତୀୟ ସହଯୋଗକୁ ସୁନିଶ୍ଚିତ କରିବା। ବିଶେଷଜ୍ଞଙ୍କ ଅନୁସାରେ ଜେଲେନସ୍କିଙ୍କ ଏହି ବୟାନ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ନା କେବଳ ତାଙ୍କ ନେତୃତ୍ୱର ସଂକଳ୍ପକୁ ଦର୍ଶାଉଛି ବରଂ ବୈଶ୍ୱିକ ସମୂଦାୟଙ୍କ ସାମ୍ନାରେ ଏହା ସ୍ପଷ୍ଟ କରୁଛି ତାଙ୍କ ଫୋକସ ବ୍ୟକ୍ତିଗତ କ୍ଷମତା ନୁହେଁ ବରଂ ଯୁଦ୍ଧ ଓ ସଂକଟର ସମାଧାନ ବାହାର କରିବା ବୋଲି କହିଛନ୍ତି।

ୟୁକ୍ରେନରେ ଏହି ଘୋଷଣା ଏଥି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଦେଶରେ ଯୁଦ୍ଧ ଓ ରାଜନୈତି ଅସ୍ଥିରତା କାରଣରୁ ଜନତାଙ୍କ ମଧ୍ୟରେ ଅନିଶ୍ଚିତତା ଲାଗି ରହିଛି। ଜେଲେନସ୍କିଙ୍କ ଏହି ବୟାନରୁ ଯୁଦ୍ଧ ସରିବା ପରେ ଦେଶରେ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରଣର ବାର୍ତ୍ତା ଦେଉଛି। ତେବେ ଜେଲେନସ୍କି ଆଶ୍ୱସ୍ତ କରିଛନ୍ତି ଯେ ଯୁଦ୍ଧ ସମାପ୍ତ ହେବା ପର୍ଯ୍ୟନ୍ତ ଦେଶର ଦୃଢତା ଓ ସ୍ଥିରତା ବଜାୟ ରଖିବା ପାଇଁ ସେ ଦେଶକୁ ନେତୃତ୍ୱ ଦେବେ। ଋଷିଆ-ୟୁକ୍ରେନ ଯୁଦ୍ଧ ୩ ବର୍ଷରୁ ଅଧିକ କାଳ ହେଲା ଚାଲିଛି। ଫଳରେ ୟୁକ୍ରେନରେ ହଜାର ହଜାର ଲୋକ ପ୍ରାଣ ହରାଇଥିବାବେଳେ ଲକ୍ଷଲକ୍ଷ ଲୋକେ ବିସ୍ଥାପିତ ହୋଇଛନ୍ତି।