ଲଜ୍ଜାଜନକ ପରାଜୟକୁ ସହି ପାରିଲେନି ମାଲିକ, ସସସ୍ତଙ୍କ ଆଗରେ ଲଗାଇଲେ କ୍ଲାସ୍

Published By : Prameya-News7 Bureau | May 09, 2024 IST

ମୁମ୍ୱାଇ ୦୯/୦୫: ପରାଜୟ ପରେ ପରାଜୟ । ୧୨ ମ୍ୟାଚ୍‌ରୁ ୬ଟିରେ ଚିତ୍‌ପଟାଙ୍ଗ । କାମ କରୁନି ବଲ୍, ବିଗିଡିଯାଇଛି ବ୍ୟାଟିଂ ଅର୍ଡର । ଟିମ୍‌ରେ ଜବରଦସ୍ତ ଖେଳାଳି ତଥାପି ଫେଲ୍ । ସତ ଚେଷ୍ଟା ପରେ ବି ବାଜି ମାରି ପାରୁନି ଟିମ୍ । ଆମେ କହୁଛୁ ସେହି ଟିମ୍ କଥା, ଯିଏ ୨୦୨୩ରେ ଥିଲା ଟପ୍ ଫର୍ମରେ । ଏଥର କିନ୍ତୁ ପୂରା ଓଲଟା । ଆଉ ଏହାକୁ ନେଇ ତାତିଛି ଫ୍ରାଞ୍ଚାଇଜ୍ । ଭଡକିଛନ୍ତି ମାଲିକ । କ୍ୟାପଟେନଙ୍କୁ ଡାକି ଶୁଣାଇଛନ୍ତି ବହୁତ କିଛି । ଆସନ୍ତୁ ଜାଣିବା ପୂରା ଘଟଣା । 

ବୁଧିବାର ଥିଲା ଲକ୍ଷ୍ନୌ-ହାଇଦ୍ରାବାଦ ଟକ୍କର । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦଙ୍କୁ ୧୬୬ ରନ୍‌ର ଟାର୍ଗେଟ ଦେଇଥିଲା LSG । ହେଲେ ଅତି ସହଜରେ ହାସଲ କରିଥିଲା SRH । ଲଜ୍ଜାଜନକ ପରାଜୟ ବରଣ କରିଥିଲେ ରାହୁଲ ବ୍ରିଗେଡ । ଯାହାକୁ ସହଜରେ ଗ୍ରହଣ କରିନଥିଲେ ଓନର । ମାଲିକ ସଞ୍ଜୀବ ଗୋଏଙ୍କା ଏତେ ଦର୍ଶକଙ୍କ ଆଗରେ ରାହୁଲଙ୍କ ଉପରେ ବର୍ଷିଥିଲେ । ଯାହାକି ଅଦ୍ଭୁତ ଘଟଣା ବୋଲି ହେଉଛି ଚର୍ଚ୍ଚା । ଯଦିଓ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା କଣ ତାହା ଜଣାପଡିନି ।  


ଗୋଟିଏ ପଟେ ଗୋଏଲ ରାଗୁଛନ୍ତି, ଅନ୍ୟପଟେ ବୁଝାଇବାକୁ ଚେଷ୍ଟା କରୁଛନ୍ତି ରାହୁଲ୍ । ଆଉ ଏହି ଭିଡିଓ ଭାଇରାଲ୍ ପରେ ଚର୍ଚ୍ଚା ଜୋର୍ । ସୋସିଆଲ ମିଡିଆରେ ବି ରାହୁଲ୍‌ଙ୍କ ଫର୍ମକୁ ନେଇ ଉଠିଛି ପ୍ରଶ୍ନ । କାରଣ ସୁପରଜିଆଣ୍ଟ୍ସର ପରାଜୟରେ ରାହୁଲଙ୍କର ରହିଛି ବଡ ଭୂମିକା । ସମୀକ୍ଷକ କହିଛନ୍ତି ମ୍ୟାଚରେ ଅନେକ ଭୁଲ କରିଛନ୍ତି ରାହୁଲ୍। ବିଶେଷକରି ବ୍ୟାଟିଂ ଫର୍ମ ସେତେଟା ନଥିଲା ଆଖିଦୃଶିଆ । ୩୩ ବଲ୍‌ ଖେଳି ମାତ୍ର ୨୯ ରନ୍ କରିଥିଲେ ସେ । ଫଲରେ ଧିମା ବ୍ୟାଟିଂ ହେତୁ ପାୱାରପ୍ଲେରେ ମାତ୍ର ୨୭ ରନ୍ କରିଥିଲା ଲକ୍ଷ୍ନୌ । 

କେବଳ ବ୍ୟାଟିଂ ନୁହେଂ ବୋଲିଂରେ ବି କମାଲ କରିଥିଲେ ଲକ୍ଷ୍ନୌ ବୋଲର । ହାଇଦ୍ରାବାଦ ବ୍ୟାଟରଙ୍କ ଆଗେ ମାଟି କାମୁଡିଥିଲେ ପେସର ଓ ସ୍ପିନର । ପୂର୍ବରୁ ଟିମ୍‌ର ପରାଜୟ ପରେ ଫ୍ୟାନ୍ସ ଭଡକୁଥିବା ବେଳେ ଏବେ ନାଲିଆଖି ଦେଖାଇଛି ଫ୍ରାଞ୍ଚାଇଜ୍ । ଯାହା ଅନୁମାନ କରାଯାଉଛି ବୋଧହୁଏ ଆସନ୍ତାବର୍ଷରୁ ବଡ ନିଷ୍ପତ୍ତି ନେଇପାରେ ଟିମ୍ । 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.