News7 Logo

କୁଲୁଣ୍ଡା ଗାଁରେ ଯୁବକଙ୍କ ମୃତ୍ୟୁ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

NEWS7
news

ବରଗଡ଼ ୦୯।୦୯ : ବରଗଡ଼ ଜିଲ୍ଲା ବରପାଲି ପାଟ୍‌ କୁଲୁଣ୍ଡା ଗାଁରେ ଯୁବକଙ୍କୁ ହତ୍ୟା । ଜୟନ୍ତ ମେହେର ନାମକ ଜଣେ ୨୨ ବର୍ଷିୟ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ବରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରୁଛି ।

ଖବର ଅନୁଯାୟୀ, ଯୁବକ ଜଣକ ମୋଟର ସାଇକେଲ ମେକାନିକ ଭାବେ କାର୍ଯ୍ୟ କରୁଥିଲେ । ସୋମବାର ରାତିରୁ ସେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିବା ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ନିଜର ଗ୍ୟାରେଜ୍‌ ନିକଟରୁ ତାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଯାହାପରେ ତୁରନ୍ତ ବରପାଲି ପୋଲିସକୁ ଖବର ଦିଆଯାଇଥିଲା । ବରପାଲି ପୋଲିସ ଘଟଣାସ୍ଥଳରେ ଯାଞ୍ଚ କରୁଛି । ତେବେ ମୃତଦେହରେ କୌଣସି କ୍ଷତ ଚିହ୍ନରେ ମୃତ୍ୟୁ ନାହିଁ। ତଥାପି ତାଙ୍କର କେମିତି ମୃତ୍ୟୁ ହେଲା । ସେନେଇ ଚାଲିଛି ତଦନ୍ତ । ତେବେ ପରିବାର ପକ୍ଷରୁ ହତ୍ୟା କରାଯାଇଥିବାର ଅଭିଯୋଗ କରାଯାଇଛି ।