LIVE TV

ବୁଲିବାକୁ ଆସିଥିଲେ ଜଳପ୍ରପାତ, ପାଣିରେ ବୁଡ଼ି ହୋଇଗଲେ ନିଖୋଜ

NEWS7
kjr

ଘଟଗାଁ ୦୫।୧୦ :  କେନ୍ଦୁଝର ଘଟଗାଁ ଗୁଣ୍ଡିଚା ଘାଗି ଜଳପ୍ରପାତ ପୁଣି ଅଘଟଣ। ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ। ନିଖୋଜ ଯୁବକ ହେଲେ ବଡଶିଆଡ଼ିମାଳ ଗାଁର ସତ୍ୟପ୍ରକାଶ ମହାନ୍ତ।

ଖବର ଅନୁଯାୟୀ, ଯୁବକ ଜଣଙ୍କ ଆମ୍ବୁଲାନ୍ସ ଡ୍ରାଇଭର ଭାବେ ପାରାଦୀପରେ କାର୍ଯ୍ୟରତ। ସାଙ୍ଗମାନଙ୍କ ସହିତ କେନ୍ଦୁଝର ସ୍ଥିତ ଗୁଣ୍ଡିଚା ଘାଗି ବୁଲିବାକୁ ଆସିଥିଲେ । ଏହି ସମୟରେ ହଠାତ୍‌ ଜଳପ୍ରପାତରେ ସତ୍ୟପ୍ରକାଶ  ମହାନ୍ତ ବୁଡ଼ିଯାଇଥିଲେ। ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରିନାହିଁ ।