ଜଙ୍ଗଲରେ ଲୁଚା ହୋଇଥିଲା ଗଞ୍ଜେଇ, ବାହାର ରାଜ୍ୟକୁ ଚାଲାଣ ବେଳେ ଧରିଲା ପୋଲିସ

Published By : Prameya-News7 Bureau | April 15, 2024 IST

ଲମତାପୁଟ ୧୫।୦୪ : କୋରାପୁଟ ଜିଲ୍ଲା ପାଡୁଆ ପୋଲିସକୁ ବଡ଼ ସଫଳତା । ଚୋରା ଚାଲାଣ ବେଳେ ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାସ୍ଥଳରୁ ଫେରାର ମାରିଲେ ଅଭିଯୁକ୍ତ । ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । 

ଖବର ଅନୁଯାୟୀ, ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ନେଇ ଗୋଡିପୁଟ ଜଙ୍ଗଲରେ ବିପୁଳ ଗଚ୍ଛିତ ହୋଇ ରହିଥିବା ପୋଲିସକୁ ସୂଚନା ମିଳିଥିଲା । ଏହାପରେ ଗଞ୍ଜେଇ ଗଚ୍ଛିତ ସ୍ଥାନରେ ଚଢାଉ କରିଥିଲା ପାଡୁଆ ଥାନା ପୋଲିସ । ଏହି ଚଢାଉରେ ପାଡୁଆ ପୋଲିସ ଜଙ୍ଗଲରୁ ୫୦ଟି ବସ୍ତାରେ ପ୍ୟାକିଂ କରାଯାଇଥିବା ଗଞ୍ଜେଇ ଜବତ କରିଥିଲେ। କିନ୍ତୁ ଅନ୍ଧାର ସୁଯୋଗ ନେଇ ଗଞ୍ଜେଇ   ମାଫିଆ ଘଟଣାସ୍ଥଳରୁ ମାରିଥିଲେ ଚମ୍ପଟ । ପାଡୁଆ ପୋଲିସ NDPS ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ  ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ 60 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.