ପାଣି ଚୋରିକୁ ନେଇ ଜମିରେ ଗଡିଲା ମୁଣ୍ଡ, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | April 14, 2024 IST

ଜୟପୁର ୧୪/୪: ଚାଷ ଜମି ପାଇଁ ପାଣି ଚୋରିକୁ କେନ୍ଦ୍ର କରି ଜୟପୁରରେ ଘଟିଛି ହତ୍ୟାକାଣ୍ଡ । ମୃତକ ପ୍ରଧାନୀଗୁଡାର ବିରଞ୍ଚି ନାରାୟଣ ସାହୁ । ପୋଲିସ ଅଭିଯୁକ୍ତ ସୁଶୀଲ ନାୟକଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ କରୁଛି ପୋଲିସ ।


 ଅଭିଯୋଗ ଅନୁସାରେ  ହତ୍ୟାକାରୀ ସୁଶୀଲ କିଛି ବର୍ଷ ଧରି ଜୟପୁର ପେପର ମିଲ୍‌କୁ ଯୋଗାଣ ହେଉଥିବା ପାଇପକୁ ହୋଲ କରି ସେଥିରୁ ନିଜ ଚାଷ ଜମିକୁ ପାଣି ନେଉଥିଲେ । ଏହି ପାଣି ମୃତ ବିରଞ୍ଚିଙ୍କ ଚାଷ ଜମିରେ ପଡିବା ଯୋଗୁ ଚାଷ ନଷ୍ଟ ହେଉଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହୁଥିଲା । ଶନିବାର ରାତିରେ ସୁଶୀଲ ପୁଣି ପାଣି ଚୋରି କରୁଥିବାବେଳେ ବିରଞ୍ଚି ବିରୋଧ କରୁଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ସୁଶୀଲ ବିରଞ୍ଚିଙ୍କୁ ଆକ୍ରମଣ କରିବା ସହ ତଣ୍ଟି ଚିପି ହତ୍ୟା କରିଥିଲା । 

 

You Can Read: ମର୍ମନ୍ତୁଦ ସଡକ ଦୁର୍ଘଟଣା : କଲଭର୍ଟରେ ପିଟିଲା କାର୍, ବାପା-ଝିଅ ମୃତ, ଶାଶୁ-ବୋହୂ ଗୁରୁତର 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.