୧୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ, ଭୁବନେଶ୍ୱରରେ କରିବେ ବିଶାଳ ରୋଡ ଶୋ'

Published By : Prameya-News7 Bureau | May 07, 2024 IST

ଭୁବନେଶ୍ୱର ୦୭।୦୫ : ପ୍ରଥମ ଗଞ୍ଜାମ, ପରେ ନବରଙ୍ଗପୁର.. ଆଉ ଏବେ ଭୁବନେଶ୍ୱରରେ ହେବ ମୋଦିଙ୍କ ଶୋ’ । ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ  ରୋଡ୍‌ ଶୋ’ । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି । 

ଖବର ଅନୁଯାୟୀ, ଆସନ୍ତା ୧୦ ତାରିଖ ଦିନ ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ଅବସରରେ ଭୁବନେଶ୍ୱରରେ ହେବାକୁ ଥିବା ଏକ ରୋଡ ଶୋ’ରେ ଭାଗ ନେବେ ପ୍ରଧାନମନ୍ତ୍ରୀ । ଏହି ରୋଡ ଶୋ’ ଟି ଭୁବନେଶ୍ୱରର ବାଣୀବିହାର ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ଯାଏଁ ହେବ । ଯେଉଁଥିରେ ସାମିଲ ହେବେ ହଜାର ହଜାର ବିଜେପି କର୍ମୀ ଏବଂ ସମର୍ଥକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.