ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ସୋନାଲି ପଣ୍ଡା, ବାଲିଚନ୍ଦ୍ରପୁର ଥାନାରେ ଦେଇଥିବା ଏତଲା ନେଇ ଫେରାଦ

Published By : Prameya-News7 Bureau | April 29, 2025 IST

କଟକ : ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବିବାଦରେ ଫସିଥିବା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା । ବାଲିଚନ୍ଦ୍ରପୁର ଥାନାରେ ସେ ଦାୟର କରିଥିବା ଏତଲା ଉପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେବାକୁ ସେ ନିଜ ଆବେଦନରେ ଦର୍ଶାଛନ୍ତି । ସୋନାଲିଙ୍କ ଆବେଦନ ମୁତାବକ, ଯେତେବେଳେ ତାଙ୍କୁ ୧୩ ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ଇଚ୍ଛା ବିରୁଦ୍ଧରେ ବାହାଘର ହୋଇଥିଲା । ୨୦୧୪ ମସିହାରେ ସେ ନାବାଳିକା ଥିବା ଅବସ୍ଥାରେ ମା’ ହୋଇଥିଲେ । ପରେ ଉକ୍ତ ବିବାହକୁ ସେ ଗ୍ରହଣ କରିନଥିଲେ । ତାଙ୍କ ଇଚ୍ଛା ବିରୁଦ୍ଧରେ ହୋଇଥିବା ସମସ୍ତ କାର୍ଯ୍ୟ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । 

ସ୍ବାମୀ ଦାବି କରୁଥିବା ଶ୍ରୀକ୍ଷେତ୍ରଙ୍କ ସହ ଗତ ୧୦ ବର୍ଷ ହେଲା ତାଙ୍କର କୌଣସି ସମ୍ପର୍କ ନାହିଁ । ସେ ଅଲଗା ରହୁଛନ୍ତି । ଶ୍ରୀକ୍ଷେତ୍ର ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ସୋନାଲିଙ୍କ ଅଭିଯୋଗ ଆଧାରରେ ଶ୍ରୀକ୍ଷେତ୍ରଙ୍କ ବିରୋଧରେ ଧାରା ୩୭୬ ଓ ପୋକ୍ସୋ ଆଇନ ଅଧୀନରେ ମକଦ୍ଦମା ରୁଜୁ ହୋଇଥିବା ସୋନାଲିଙ୍କ ଓକିଲ ସୂଚନା ଦେଇଛନ୍ତି ।


You Can Read:

ଆୟୁଷ୍ମାନ କାର୍ଡରେ ରୋଗୀଙ୍କୁ ଅବହେଳା କଲେ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠନ : ସ୍ବାସ୍ଥ୍ୟମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.