ପୁରୀ ୦୮।୦୯ : ଯୁବକଙ୍କ ମୁଣ୍ଡରେ ଇଟା ଛେଚି ମରଣାନ୍ତକ ଆକ୍ରମଣ। ଏହି ଆକ୍ରମଣ ଯୋଗୁଁ ଯୁବକଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। ପୁରୀ ସତ୍ୟବାଦୀ ଥାନା ଶୁକଳ ମେଳଣ ପଡ଼ିଆରେ ଘଟିଛି ଏଭଳି ଘଟଣା। ଗୁରୁତର ଯୁବକ ଜଣକ ହେଉଛନ୍ତି ଶୁକଳ ବଡପଦା ଗାଁର ସତ୍ୟପ୍ରକାଶ ବରାଳ। ଇଟାରେ ମୁଣ୍ଡକୁ ଆକ୍ରମଣ ଯୋଗୁଁ ସତ୍ୟଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ସତ୍ୟପ୍ରକାଶ ତାଙ୍କ ସାଙ୍ଗ ସହ ବିଭିନ୍ନ ସମୟରେ ନିଶା ସେବନ କରିଥାନ୍ତି। ଏହି ଘଟଣା ତାଙ୍କ ସାଙ୍ଗର ବାପା ଜାଣିବା ପରେ ମୋ ପୁଅକୁ ନିଶା ଦେଇ ଅବାଟକୁ କାହିଁକି ନେଉଛୁ କହି ସତ୍ୟପ୍ରକାଶ ମୁଣ୍ଡରେ ତାଙ୍କ ସାଙ୍ଗର ବାପା ଇଟା ଛେଚି ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି। ଗୁରୁତର ଯୁବକ ଜଣକ ଘଟଣାକୁ ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ​​​​​​​