୬୬ ବର୍ଷରେ ପ୍ରେଗନେଣ୍ଟ ଅଛନ୍ତି ନୀନା ଗୁପ୍ତା ! କହିଲେ- ଏହା ମୋର ଇଚ୍ଛା...

NEWS7
xiaomi-15-series-launched-in-india-price-starts-at-rs-64999

ନୂଆଦିଲ୍ଲୀ ୧୩।୦୩; ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତା। ତାଙ୍କୁ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହ ରିସେପ୍ସନରେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ଏକ ଧଳା ଶାଢ଼ି ପିନ୍ଧିଥିଲେ। ହେଲେ ଏହାରି ମଧ୍ୟରେ ଏଭଳି ଏକ ଜିନିକ ସାମ୍ନାକୁ ଆସିଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାକୁ ନେଇ ଏବେ ଖୁବ୍ କଳ୍ପନାଜଳ୍ପନା ଚାଲିଛି।

ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହୋଇଥିଲା ଯେ ଅଭିନେତ୍ରୀ ୬୬ ବର୍ଷ ବୟସରେ ଗର୍ଭବତୀ ଅଛନ୍ତି। ଏବେ ଅଭିନେତ୍ରୀ ଏହି ବିଷୟରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ଗୁଜବ ଉପରେ ପ୍ରତିକ୍ରିୟା ଦେଇ ନୀନା ଗୁପ୍ତା କହିଛନ୍ତି, "ମୁଁ ମଧ୍ୟ ଏହା ଚାହୁଁଛି:.. ମୋର ଇଚ୍ଛା ସତରେ ସମସ୍ତେ ଯେମିତି କୁହନ୍ତୁ ବଧାଇ ହୋ। ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି, "'ବଧାଇ ହୋ' ଭଳି କୌଣସି ଦୃଶ୍ୟ ନାହିଁ। ମୁଁ ଗର୍ଭବତୀ ନୁହେଁ। ସତ ହେଉଛି, ଶାଢ଼ିର କପଡ଼ା ବହୁତ ମୋଟା ଓ ଅଧିକ ଥିଲା, ଯାହା ଯୋଗୁଁ ମୋର ପେଟ ବାହାରକୁ ବାହାରିଥିବା ଦେଖାଯାଉଥିଲା।"

ନୀନା ଗୁପ୍ତା କ'ଣ ପ୍ରକୃତରେ ଗର୍ଭବତୀ?

ସେ ଆହୁରି କହିଛନ୍ତି, "କିନ୍ତୁ ମୁଁ କହିବାକୁ ବାଧ୍ୟ, ଏହି ବୟସରେ ମୋ ବିଷୟରେ ଗର୍ଭଧାରଣ ଖବର ଆସିବାରେ ମୁଁ ପ୍ରକୃତରେ ଖୁସି। ଏହା ଦର୍ଶାଉଛି ଯେ ଆମେ ଏକ ରାଷ୍ଟ୍ର ଭାବରେ ବିକଶିତ ହେଉଛୁ। ବିଜୟ ଏବଂ ରଶ୍ମିକାଙ୍କ ବିବାହ ରିସେପ୍ସନରେ, ନୀନା ଗୁପ୍ତା ତାଙ୍କ ସ୍ୱାମୀଙ୍କ ସହିତ ପାପାରାଜିଙ୍କ ପାଇଁ ପୋଜ୍ ଦେଇଥିଲେ। ଏହା ପରେ, ତାଙ୍କ ଫଟୋ ସୋସିଆଲ ମିଡିଆରେ ଭୁରି ବୁଲିଲା। ଯେଉଁଥିରେ ସେ ଗର୍ଭବତୀ ଥିବା ଦାବି କରାଯାଇଥିଲା। ନୀନା ଗୁପ୍ତାଙ୍କ ବ୍ୟକ୍ତିଗତ ଜୀବନ ବହୁତ ଦିନ ଧରି ଖବରରେ ରହିଛି। ଭିଭିଆନ ରିଚାର୍ଡସଙ୍କ ସହ ତାଙ୍କର ସମ୍ପର୍କ ଏବଂ ପରବର୍ତ୍ତୀ ବିବାହ ପୂର୍ବ ସନ୍ତାନ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା। ଅଭିନେତ୍ରୀ ମସାବା ଗୁପ୍ତାଙ୍କୁ ଏକାକୀ ଲାଳନପାଳନ କରିଥିଲେ।

୨୦୦୮ରେ ଦ୍ୱିତୀୟ ବିବାହ

ଅଭିନେତ୍ରୀ ପରବର୍ତ୍ତୀ ସମୟରେ ୨୦୦୮ରେ ଦିଲ୍ଲୀର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବିବେକ ମେହେରାଙ୍କୁ ବିବାହ କରିଥିଲେ। ନୀନା ଗୁପ୍ତା "ବଦଲା" ଏବଂ "ପଞ୍ଚାୟତ" ଭଳି ଫିଲ୍ମ କରିଥିଲେ। ଯେଉଁଥିପାଇଁ ସେ ଜାତୀୟ ପୁରସ୍କାର ଜିତିଥିଲେ। ବିବେକଙ୍କ ସହ ଦ୍ୱିତୀୟ ବିବାହ ପରେ ସେ ଏକ ସୁଖି ଜୀବନ ବିତାଉଛନ୍ତି।

ଅଧିକ ପଢନ୍ତୁ- middle-east-impacts; ମନୋରଞ୍ଜନ ଜଗତ ଉପରେ ଯୁଦ୍ଧର ପ୍ରଭାବ, ଦୀପିକାଙ୍କ ପ୍ୟାରିସ୍‌ ଫ୍ୟାଶନ୍‌ ଶୋ’ ବାତିଲ