ନିଜକୁ ନିଜେ ସାବାସୀ ଦେଲେ ଟ୍ରମ୍ପ୍, କହିଲେ 'ମୁଁ ୮ଟି ଯୁଦ୍ଧ ବନ୍ଦ କରିଦେଇଛି'

NEWS7
xiaomi-15-series-launched-in-india-price-starts-at-rs-64999

ନୂଆଦିଲ୍ଲୀ, ୧୮/୧୨: ପୁଣି ନିଜ ପିଠି ନିଜେ ଥାପୁଡେଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ସବୁ କଥାରେ କ୍ରେଡିଟ୍ ନେବାକୁ ପ୍ରସ୍ତୁତ ହେଉଥିବା ଟ୍ରମ୍ପ୍ ଆଉ ଥରେ ନିଜର ପ୍ରଶଂସା କରିଛନ୍ତି । ଗତ ୧୦ ମାସରେ ସେ ୮ଟି ଯୁଦ୍ଧ ରୋକିବା କଥା ଦୋହରାଇଛନ୍ତି । ଏହି ସଫଳତା ପଛର କାରଣ ଟାରିଫ୍ ବୃଦ୍ଧି ବୋଲି ସେ କହିଛନ୍ତି ।

ଟ୍ରମ୍ପ୍ କହିଛନ୍ତି ଯେ, ଟାରିଫ୍ ହେଉଛି ଇଂରାଜୀରେ ତାଙ୍କର ସବୁଠୁ ଫେଭରେଟ୍ ଶବ୍ଦ । ସେ ଆମେରିକାର ଶକ୍ତିକୁ ବୃଦ୍ଧି କରିଛନ୍ତି । ୧୦ ମାସ ଭିତରେ ୮ଟି ଯୁଦ୍ଧକୁ ବନ୍ଦ କରିଦେଇଛି । ଇରାନ ପୂର୍ବରୁ ପରମାଣୁ ଆକ୍ରମଣ ଧମକ ଦେଉଥିଲା । ଯାହାର ସେ ଅନ୍ତ କରିଛନ୍ତି । ଗାଜାରେ ଯୁଦ୍ଧ ଶେଷ କରି ୩ ହଜାର ବର୍ଷ ପରେ ଶାନ୍ତି ଆଣିଛନ୍ତି । ଏହାସହ ଅନେକ ବନ୍ଦୀଙ୍କୁ ଜୀବିତ ଅବସ୍ଥାରେ ଫେରାଇ ଆଣିଛନ୍ତି ।

ଗୋଟିଏ ଦିଗରେ ଆମେରିକାର ଦରଦାମ୍ ବୃଦ୍ଧି ଚରମ ସୀମାରେ ପହଁଚିଛି । ସେଠାରେ ସବୁ କିଛି ଚଢା ଦାମରେ ବିକ୍ରି ହେଉଛି । ଯାହାକୁ ନଜର ଅନ୍ଦାଜ କରିଛନ୍ତି ଟ୍ରମ୍ପ୍ । ଏହାସହ କହିଛନ୍ତି ଯେ, ସେ କାନାଡା, ମେକ୍ସିକୋ, ବ୍ରାଜିଲ ଏବଂ ଭାରତ ଉପରେ ଟାରିଫ୍ ଲଗାଇଛନ୍ତି । ଯାହା ଆମେରିକାର ଅର୍ଥନୀତିକୁ ସୁଦୃଢ କରିଛି । ବର୍ଦ୍ଧିତ ଟାରିଫ୍ ୟୁଏସକୁ ଅଧିକ ଅର୍ଥ ପ୍ରଦାନ କରିଛି । ଆଗାମୀ ଦିନରେ ଆମେରିକୀୟଙ୍କ ଟିକସ୍ ହ୍ରାସ ହୋଇପାରେ ।

ଏହାଛଡା ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଉପ ରାଷ୍ଟ୍ରପତି କମଲା ହାରିସଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶ୍ନ କରିଛନ୍ତି । ଉଭୟ ନେତାଙ୍କ ପାଇଁ ଦେଶରେ ଦରଦାମ୍ ବୃଦ୍ଧି ପାଇଛି । ଏବେ କିନ୍ତୁ ଦେଶର ଅର୍ଥବ୍ୟବସ୍ଥା ସତରେ ଆଗକୁ ବଢୁଛି । ସେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେଲା ପରେ ଅନେକ ତ୍ରୁଟି ଧରିଥିଲେ । ଯାହାକୁ ସେ ଏବେ ସୁଧାରୁଥିବା କହିଛନ୍ତି ।