News7 Logo

ବ୍ରିଟେନରେ ଚୋରି ହୋଇଗଲା ଭାରତୀୟ ଟ୍ରାଭେଲରଙ୍କ ବାଇକ୍, ଶଶି ଥରୁର ବ୍ରିଟିଶ୍ ମ୍ୟୁଜିୟମକୁ ଦେଲେ ଦୋଷ , କହିଲେ ...

NEWS7
-

ନୂଆଦିଲ୍ଲୀ –କଂଗ୍ରେସ ସାଂସଦ ଶଶି ଥରୁର ପୁଣି ଥରେ ବ୍ରିଟିଶ୍ ମ୍ୟୁଜିୟମକୁ ନେଇ କୌତୁକିଆ ମନ୍ତବ୍ୟ ଦେଇଛନ୍ତି। ଏଠାରେ ରଖାଯାଇ ଥିବା ଜିନିଷକୁ ନେଇ ଏହାର ମଜାକ୍‌ ଉଡ଼ାଇଛନ୍ତି। ଉଲ୍ଲେଖନୀୟ ଯେ, ଏକ ବାଇକ୍‌ ନେଇ ବିଶ୍ୱ ବୁଲିବାକୁ ବାହାରି ଥିବା ଜଣେ ଭାରତୀୟଙ୍କର ବାଇକ୍‌ ବ୍ରିଟେନର ନଟିଂହାମ୍ରୁ ଚୋରି ହୋଇଗଲା। ଏହାପରେ ସେ ସୋସିଆଲ ମିଡ଼ିଆରେ ଏହାର ସୂଚନା ଦେଇଥିଲେ। ଏହି ପୋଷ୍ଟରେ ଜଣେ ୟୁଜର ଶଶି ଥରୁରଙ୍କର ପ୍ରତିକ୍ରିୟା ମାଗିଥିଲେ । ଏହା ଉପରେ ନିଜର ଟିପ୍ପଣୀ ଦେଇ ଶଶି ଥରୁର ଲେଖିଛନ୍ତି ଯେ, ସେ ( ବ୍ରିଟେନବାସୀ) ବ୍ରିଟିଶ ମ୍ୟୁଜିୟମରୁ ଶିଖୁଛନ୍ତି।

ପ୍ରକୃତ କଥା ହେଲା , ଶଶି ଥରୁର ଓ ବ୍ରିଟିଶ ମ୍ୟୁଜିୟମର ଟଣାଓଟରା ଖୁବ୍ ପୁରୁଣା କଥା। ଶଶି ଥରୁର ଉପନିବେଶବାଦୀ ଶାସନ ସମୟରେ ଅତ୍ୟାଚାର ଓ ଭାରତର ଦାମୀ ଜିନିଷ ଗୁଡ଼ିକୁ ନେଇ ବ୍ରିଟିଶ୍‌ ମ୍ୟୁଜିୟମରେ ରଖିବାକୁ ନେଇ ମନ୍ତବ୍ୟ କରିଥିଲେ ଏବଂ ତାକୁ ଚୋର ବଜାରର ଆଖ୍ୟା ଦେଇ ଥିଲେ। ୨୦୧୫ରେ ଅକ୍ସଫୋର୍ଡ ୟୁନିୟନ ଡିବେଟ୍‌ରେ ଦେଇଥିବା ତାଙ୍କର ଏହି ଭାଷଣ ଭାଇରାଲ ହେଉଛି। ତାଙ୍କର ଭାଷଣ ଶୈଳୀ ଓ ଅଜବ ଜ୍ଞାନ ପାଇଁ ଜଣାଶୁଣା କଂଗ୍ରେସ ସାଂସଦ ଥରୁର, ନିଜର ଏହି ଭାଇରାଲ ଭିଡ଼ିଓରେ କହିଛନ୍ତି - ଏଥିରେ କିଛି ଆଶ୍ଚର୍ଯ୍ୟକର ନୁହେଁ ଯେ, ବ୍ରିଟିଶ୍‌ ସାମ୍ରାଜ୍ୟର ସୂର୍ଯ୍ୟ କେବେ ଅସ୍ତ ହେଉ ନଥିଲା ...କାରଣ ଭଗବାନ ମଧ୍ୟ ଅନ୍ଧାରରେ ଇଂରେଜଙ୍କ ଉପରେ ଭରସା କରିପାରୁ ନଥିଲେ। ସେ କହିଥିଲେ ଯେ, ଦିଲ୍ଲୀରେ ଏକ ଅଞ୍ଚଳ ଅଛି,ଯାହାକୁ ଚୋର୍‌ ବଜାର କହନ୍ତି , ଲଣ୍ଡନରେ ମଧ୍ୟ ଏକ ଚୋର ବଜାର ଅଛି, ଯାହାକୁ  ବ୍ରିଟିଶ୍‌ ମ୍ୟୁଜିୟମ କହନ୍ତି। Indian Biker Yogesh Alekari Motorcycle Stolen In UK During World Tour,  Appeals For Help

ଉଲ୍ଲେଖନୀୟ ଯେ, ଏହି ପୂରା ମାମଲା ସେହି ସମୟରେ ଆରମ୍ଭ ହୋଇଥିଲା, ଯେବେ ମୁମ୍ୱାଇ ନିବାସୀ ଯୋଗେଲ ଅଲେକାରୀ ମେ’ରେ ନିଜର ବାଇକ୍‌ ସହ ଏକୁଟିଆ ବିଶ୍ୱ ଭ୍ରମଣ ପାଇଁ ବାହାରି ଥିଲେ। ୨୪,୦୦୦ କିଲୋମିଟର ଓ ୧୭ଟି ଦେଶ ଯାତ୍ରା କରିବା ପରେ ସେ ବ୍ରିଟେନରେ ପହଞ୍ଚିଲେ। ଏହାପରେ ତାଙ୍କର ଆଗାମୀ ଯାତ୍ରା ଆଫ୍ରିକା ଥିଲା।କିନ୍ତୁ ଆଫ୍ରିକା ଅଭିମୁଖେ ବାହାରିବା ପୂର୍ବରୁ ୨୮ ଅଗଷ୍ଟରେ ନଟିଂହାମ୍‌ରୁ ତାଙ୍କର ବାଇକ୍‌ ଚୋରି ହୋଇଗଲା। ଯୋଗେଶଙ୍କର ବାଇକ୍‌ରେ ହିଁ ତାଙ୍କର ପାସପୋର୍ଟ , ଟଙ୍କା ଓ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ଚୋରି ହୋଇ ଗଲା।

Man on 'dream' round-the-world trip has bike stolen while travelling in the  UK

ବିବିସି ସହ କଥା ହୋଇ ଯୋଗେଶ କହିଛନ୍ତି , ମୁଁ ଏକ ବାଇକର କାର୍ଯ୍ୟକ୍ରମ ପାଇଁ ନଟିଂହାମ୍‌ରେ ଥିଲି ଏବଂ ଅକ୍ସଫୋର୍ଡ ଯିବାର ଥିଲା। ମୁଁ ଭୋଲାଟନ ପାର୍କରେ ରହିଲି ଏବଂ ନିଜର ବାଇକ୍‌ ଠିଆ କରିଦେଲି। ବାଇକ୍‌ ଲକ୍‌ କଲି ଏବଂ ତାହା ଏକ ବ୍ୟସ୍ତ ଅଞ୍ଚଳ ଥିଲା , ଯେଉଁଠି ପିଲାମାନେ ଖେଳୁଥିଲେ , ଏଥିପାଇଁ ମୁଁ ଭାବିଲି କି ଏହା ଏକ ସୁରକ୍ଷିତ ସ୍ଥାନ। ମୁଁ ରାସ୍ତା ଅତିକ୍ରମ କରି ଜଳଖିଆ କରିବାକୁ ଚାଲିଗଲି। କିନ୍ତୁ ଗୋଟିଏ ଘଣ୍ଟା ଭିତରେ , ଯେତେବେଳେ ମୁଁ ଫେରିଲି ତ ସବୁକିଛି ଗାଏବ ହୋଇ ସାରିଥିଲା।

ଏହାପରେ ଯୋଗେଶ ସ୍ଥାନୀୟ ପୁଲିସ ସହ ସଂପର୍କ କରିଥିଲେ ଏବଂ ବାଇକକୁ ଖୋଜିବାରେ ସାହାଯ୍ୟ କରିବାରୁ ଅନୁରୋଧ କରିଥିଲେ। ସ୍ଥାନୀୟ ପୁଲିସ ମୁତାବିକ , ଏହି ମାମଲା ରୁଜୁ କରାଯାଇ ସାରିଛି। ଛାନଭିନ୍‌ ଜାରି ରହିଛି ।