News7 Logo

ଖାଇ ସାରି ଶୋଇଥିଲେ ସରପଞ୍ଚ, ବିଷାକ୍ତ ସାପ ଚୋଟରେ ଚାଲିଗଲା ଜୀବନ

NEWS7
snake

ରାୟଗଡ଼ା ୦୭।୦୯ : ସାପ ନେଇଗଲା ଜୀବନ । ବିଷାକ୍ତ ସାପ କାମୁଡ଼ା ଚାଲିଗଲା ମହିଳା ସରପଞ୍ଚଙ୍କ ଜୀବନ । ରାୟଗଡ଼ା ସଦର ବ୍ଲକ କୁଲି ପଞ୍ଚାୟତର ମାଙ୍ଗି କାଡ୍ରାକାଙ୍କ ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ,  ବିଳମ୍ବିତ ରାତିରେ ମାଙ୍ଗି ଖାଇ ସାରି ଶୋଇଥିଲେ । ଏହି ସମୟରେ ଏକ ବିଷାକ୍ତ ସାପ ତାଙ୍କ ଡାହାଣ ଗୋଡ଼ କାମୁଡିଥିଲା । ପରେ  ସେ ତାଙ୍କ ସ୍ୱାମୀଙ୍କୁ ସାପ କାମୁଡିଥିବା ନେଇ ସୂଚନା ଦେଇଥିଲେ । ସ୍ୱାମୀ ସୁରୀ କାଡ୍ରାକା ଆମ୍ବୁଲାନ୍ସ ସହାୟତାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।  କିଛି ଘଣ୍ଟା ଧରି ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଶେଷରେ ଆଖିବୁଜିଥିଲେ ସରପଞ୍ଚ । ତେବେ ସରପଞ୍ଚ ମୃତ୍ୟୁ ଘଟଣା ପ୍ରକାଶ ପାଇବା ପରେ କୁଲି ପଞ୍ଚାୟତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ​​​​​​​