ମହିଳା ସଶକ୍ତିକରଣ ନୁହେଁ ତୁଚ୍ଛା ସ୍ଲୋଗାନ; ମହିଳାଙ୍କୁ ୩୩% ଆରକ୍ଷଣରେ ବିଜେଡିର ଯୋଗଦାନ, ମହିଳା ପ୍ରାର୍ଥୀ ଦେବାରେ ନବୀନ ଆଗରେ

Published By : Prameya-News7 Bureau | May 04, 2024 IST

ଭୁବନେଶ୍ୱର 04/05 : ଶାସନ ବ୍ୟବସ୍ଥାରେ ମହିଳାଙ୍କ ଭାଗିଦାରିତା ବଢ଼ିବ । କଥା ଦେଇ କଥା ରଖିଛି ବିଜୁ ଜନତା ଦଳ । ଲୋକସଭା ନିର୍ବାଚନରେ ୭ ମହିଳାଙ୍କୁ ଟିକେଟ ଦେଇ ଦଳ ମହିଳା ଆରକ୍ଷଣ ନୀତିର ସ୍ପଷ୍ଟତା ଜାହିର କରିଛି । ଓ ତୃତୀୟାଶଂ ଆସନରେ । ବିଧାନସଭା ଆସନରେ ମଧ୍ୟ ଦଳ ଆଗରେ । ୩୫ ଜଣ ମହିଳାଙ୍କୁ ଦେଇଛି ଟିକଟ । କେବଳ ମହିଳା ନୁହେଁ ଯୁବ ଗୋଷ୍ଠୀଙ୍କୁ ମଧ୍ୟ ବିଜେଡି ଅଗ୍ରାଧିକାର ଦେଇଛି । ଆଉ ଏପରି କରିବାରେ ଓଡ଼ିଶା ରହିଛି ଆଗରେ। 

ବିଜୁ ଜନତା ଦଳ ୨୧ ଲୋକସଭା ସହ ସମସ୍ତ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି । ଦଳର ପ୍ରାର୍ଥୀ ତାଲିକାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ, ଦଳ ମହିଳା ପ୍ରାର୍ଥୀଙ୍କୁ କରିଛି  ଅଧିକ ଫୋକସ୍ । ୨୦୧୯ ଭଳି ଏଥର ମଧ୍ୟ ୭ ଏମପି ଆସନରେ ଦଳ ମହିଳାଙ୍କୁ ଭରସା କରିଛି । କୋରାପୁଟ, ଆସିକା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବରଗଡ଼ ଓ ବାଲେଶ୍ୱର ଆସନରେ ବିଜେଡିର ମହିଳା ଯୋଦ୍ଧା । ସେହିଭଳି ୩୫ ବିଧାନସଭା ଆସନରେ ମହିଳା ରଥୀ ଧରିଛନ୍ତି ଶଙ୍ଖ ପତାକା । ୨୦୧୯ତୁଳନାରେ ଏ ସଂଖ୍ୟା ଯଥେଷ୍ଟ ଅଧିକ ।

ବିଜେଡି ତାଲିକାରେ ବି ନୂଆ ଓ ଯୁବ ଚେହେରାଙ୍କ ଦବଦବା ।  ଏଥର ୩୪ ବିଧାୟକଙ୍କ ଆସନରେ ଦଳ ନୂଆ ମୁହଁ ଦେଇଛି । କେଉଁଠି ଟିକଟ କଟିଥିବା ବିଧାୟକଙ୍କ ପତ୍ନୀ, ପୁଅ ତ ଆଉ କେଉଁଠି ନୂଆ ଚେହେରା ହାତେଇଛନ୍ତି ଟିକଟ । ବିଜେପି ଓ କଂଗ୍ରେସ ଛାଡ଼ି ଆସିଥିବା କିଛି ନେତାଙ୍କୁ ହୃଦୟ ପରିବର୍ତ୍ତନର ଟିକେଟ ପୁରସ୍କାର ଦେଇଛି ।  

 ବିଜେଡି ମହିଳା ପ୍ରାର୍ଥୀଙ୍କ ତାଲିକାରେ ପୁରୁଣା ବି ନୂଆ ବି ।  -ରାୟଗଡ଼ାରୁ ଅନୂସୟା ମାଝୀ, ବିଜେପୁରରୁ ରୀତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ବସ୍ତାରୁ ସୁଭାଶିନି ଜେନା, ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ବଡ଼ଚଣାରେ ବର୍ଷା ପ୍ରିୟଦର୍ଶିନୀ, ଟିଟିଲାଗଡ଼ରେ ଟୁକୁନି ସାହୁ, ଭବାନୀପାଟଣାରେ ଲତିକା ନାୟକ, କବିସୂର୍ଯ୍ୟନଗରରେ ଲତିକା ପ୍ରଧାନ, ସୋରଡ଼ାରେ ସଙ୍ଘମିତ୍ରା ସ୍ୱାଇଁ, ବ୍ରଜରାଜନଗରରେ ଆଳକା ମହାନ୍ତି, ଝାରସୁଗୁଡ଼ାରେ ଦୀପାଲି ଦାସ, ବଡ଼ସାହିରୁ ଅନୁସୟା ପାତ୍ର, ମୋରଡ଼ାରୁ ପ୍ରୀତିନନ୍ଦା କାନୁନଗୋ, ଫୁଲବାଣୀରୁ ଜୟଶ୍ରୀ କହଁର, ଖଲ୍ଲିକୋଟର ସୂର୍ଯ୍ୟମଣି ବୈଦ୍ୟ, ଆସିକାରୁ ମଞ୍ଜୁଳା ସ୍ୱାଇଁ, କେନ୍ଦୁଝରରୁ ମୀନା ମାଝୀ ଓ ପାରାଦୀପରୁ ଗୀତାଞ୍ଜଳି ରାଉତରାୟ ବିଜେଡି ସୁପ୍ରିମୋଙ୍କ ଆସ୍ଥା ଜିତି ଟିକଟ ପାଇଛନ୍ତି । 


  ସେହିଭଳି ନର୍ଲାରୁ ମନୋରମା ମହାନ୍ତି, ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ପଦ୍ମପୁରରେ ବର୍ଷା ସିଂହ ବରିହା, ଅନୁଗୁଳରେ ସଂଯୁକ୍ତା ସିଂହ, ସାନଖେମୁଣ୍ଡିରେ ସୁଲକ୍ଷମା ଗୀତାଞ୍ଜଳୀ ଦେବୀ, ଜୟପୁରରେ ଡ.ଇନ୍ଦିରା ନନ୍ଦ , କରଞ୍ଜିଆରେ ବାସନ୍ତି ହେମ୍ବ୍ରମ୍, ରେମୁଣାରେ ବିଦ୍ୟାସ୍ମିତା ମହାଲିକ୍, ସିମୂଳିଆରେ ସୁବାସିନୀ ସାହୁ , ରଘୁନାଥପାଲୀରେ ଅର୍ଚ୍ଚନା ରେଖା ବେହେରା, ବାଙ୍ଗିରୀପୋଷିରେ ରଞ୍ଜିତା ମାରାଣ୍ଡି, ଖଣ୍ଡପଡ଼ାରେ ସାବିତ୍ରୀ ପ୍ରଧାନ ଓ କୋରେଇରୁ ସନ୍ଧ୍ୟାରାଣୀ ଦାସ ଙ୍କୁ ବିଜେଡି  ପ୍ରାର୍ଥୀ କରିଛି ।

ଆପ୍‌ର ଏପରି କିଛି ନେତା; ଯିଏକି କେଜ୍ରିୱାଲଙ୍କ ପୂର୍ବରୁ ଯାଇଛନ୍ତି ଜେଲ୍‌, ଜାଣନ୍ତୁ ଲିଷ୍ଟରେ ଅଛନ୍ତି କିଏ ?

 ବିଜେଡିର ପ୍ରଥମ ପସନ୍ଦ ଯୁବବର୍ଗ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଚୟନ ବେଳେ ଏହି ଯୁବବର୍ଗଙ୍କୁ ଶୀର୍ଷରେ ରଖିଛନ୍ତି । ଦଳ ପକ୍ଷରୁ ଲୋକସଭା ଓ ବିଧାନସଭା ପାଇଁ ଘୋଷିତ ପ୍ରାର୍ଥୀ ତାଲିକାରେ ୨୮ ଜଣଙ୍କର ବୟସ ୪୦ ବର୍ଷରୁ କମ୍ ରହିଛି । ବିଜେଡି ଟିକଟ ତାଲିକାରେ ଅଛନ୍ତି ବହୁ ‘ସରପ୍ରାଇଜ୍ ପ୍ରାର୍ଥୀ ।’ ଚର୍ଚ୍ଚା କି ଆଲୋଚନାରେ ନଥିବା ବହୁ ଚେହେରା ବିଜେଡି ଟିକଟ ହାତେଇବାର ସୌଭାଗ୍ୟ ବି ପାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.