ରହସ୍ୟମୟୀ ମନ୍ଦିର; ଏଠାରେ ଭୋଗ ଲଗାଯାଏ ଅଣ୍ଡା, କାରଣ ବି ଖୁବ୍‌ ରୋଚକ

Published By : Prameya-News7 Bureau | May 05, 2024 IST

ନୂଆଦିଲ୍ଲୀ ୦୫।୦୫: ସାରା ଦେଶରେ ଅନେକ ରହସ୍ୟମୟୀ ମନ୍ଦିର ରହିଛି । ଯାହା ନିଜର ଭିନ୍ନ ମାନ୍ୟତା ଏବଂ ପରମ୍ପରା ପାଇଁ ଲୋକପ୍ରିୟ । ଏପରି ଅନେକ ମନ୍ଦିର ରହିଛି ଯାହା ନିଜର ଭିନ୍ନ ଭିନ୍ନ ଭୋଗ ପାଇଁ ରହିଥାଏ ଚର୍ଚ୍ଚାରେ । ସାଧାରଣତଃ ପୂଜାପାଠରେ ଅଣ୍ଡାକୁ ବାରଣ କରାଯାଇଥାଏ । କିନ୍ତୁ ଏପରି ଏକ ମନ୍ଦିର ରହିଛି ଯେଉଁଠି ଭୋଗ ଭାବେ ମହିଳାମାନେ ଅର୍ପଣ କରନ୍ତି ଅଣ୍ଡା । 

ଏହି ରହସ୍ୟମୟୀ ମନ୍ଦିରଟି ଉତ୍ତର ପ୍ରଦେଶର ଫିରୋଜାବାଦରେ ରହିଛି ।  ଏଠାରେ ପୂଜା ପାଉଛନ୍ତି ନଗରସେନ ବାବା । ଯିଏକି ଖୁବ୍ ପ୍ରସିଦ୍ଧ । ଶ୍ରଦ୍ଧାଳୁମାନେ ମନ୍ଦିରରେ ଅଣ୍ଡା, ଲଡୁ ଏବଂ ପୁଡି ଚଢାଇ ମାନସିକ ମାଗିଥାନ୍ତି । ଆଉ ପିଲାମାନଙ୍କ ରକ୍ଷା ପାଇଁ ପୂଜାର୍ଚ୍ଚାନା କରିଥାନ୍ତି ।

 ବୈଶାଖ ମାସରେ ଏଠାରେ ମେଳା ଲାଗେ । ଏଠାରେ ପୂଜା କରିବା ପାଇଁ ଦୂରଦୂରନ୍ତାରୁ ଲୋକମାନେ ଛୁଟି ଆସନ୍ତି । ମନ୍ଦିରକୁ ନେଇ ମାନ୍ୟତା ରହିଛି କି ଏଠାରେ ଅଣ୍ଡା ଭୋଗ କଲେ ପିଲାମାନଙ୍କର ସମସ୍ତ କଷ୍ଟ ଦୂର ହୋଇଯାଇଥାଏ । ନଗରସେନ ବାବାଙ୍କ ଏହି ମନ୍ଦିରକୁ ନେଇ ଲୋକକଥା ରହିଛି କି ଯେଉଁମାନେ ଏଠାରେ ପୁରା ଧ୍ୟାନମନରେ ପୂଜା କରନ୍ତି ସେମାନଙ୍କର ସବୁ ଇଚ୍ଛା ପୁରଣ ହୋଇଥାଏ । 

ମହିଳା ମାନେ ପିଲାଙ୍କ ପାଇଁ ଏଠାରେ ଭୋଗ ଲଗାନ୍ତି ଅଣ୍ଡା । ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ଅଣ୍ଡା ଲାଗି ହୋଇଥାଏ ।ବାବାଙ୍କ ମନ୍ଦିରରେ କେବଳ ଅଣ୍ଡା ହିଁ ଅଣ୍ଡା ଦେଖିବାକୁ ମିଳିଥାଏ । ଏହାବ୍ୟତୀତ ଦୂରଦୂରାନ୍ତରୁ ଏଠାକୁ ବହୁ ମାତ୍ରାରେ ଆସିଥାନ୍ତି ଶ୍ରଦ୍ଧାଳୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.